ମତୁଆ ସମ୍ମିଳନୀରେ ହିନ୍ଦୁଙ୍କୁ ଅପମାନ ମନ୍ତବ୍ୟ ବିରୋଧରେ ଏତଲା ।

ମତୁଆ ସମ୍ମିଳନୀରେ ହିନ୍ଦୁଙ୍କୁ ଅପମାନ ମନ୍ତବ୍ୟ ବିରୋଧରେ ଏତଲା ।
ମାଲକାନଗିରି ଜିଲା କାଲିମେଳା ବ୍ଲକ ପୋଟେରୁ ଠାରେ ଗତ ୭ ତାରିଖ ଦିନ ମତୁଆ ସମାଜର ଏକ ବୈଠକ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତି ତାଙ୍କ ଭାଷଣରେ ହିନ୍ଦୁଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେଇଥିଲେ। ସରଳ, ନିରୀହ ଅଳ୍ପ ଶିକ୍ଷିତ ଲୋକଙ୍କୁ ସୁପ୍ରିମକୋର୍ଟ ତଥା ଅକ୍ସଫୋଡ୍ ଡିକ୍ସିନାରି ପରି ଅନେକ ତଥ୍ୟ ଦେବା ସହ ହିନ୍ଦୁ ଚୋର, ତସ୍କର ଓ ଚାକର ବୋଲି ମତବ୍ୟକ୍ତ କରିଥିଲେ। ମୋଗଲ ସାମ୍ରାଜ୍ୟର ଇତିହାସ କଥା କହି ଲୋକଙ୍କ ମଧ୍ୟରେ ଜାତିଭେଦ ସୃଷ୍ଟି କରିବା, କଥାକଥିତ ବୁଦ୍ଧିଜୀବୀ, ସମାଜର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପୋଷାକରେ ହିନ୍ଦୁ ସମାଜରେ ଅନ୍ତର୍ଭୁହ ସୃଷ୍ଟି କରିବା ଆଦିକୁ ନେଇ ଆଦର୍ଶ ଥାନାରେ ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଗତକାଲି ତାଙ୍କ ନାମରେ ଅଭିଯୋଗ କରାଯାଇଛି। ଏଥିସହ ହିନ୍ଦୁ ଓ ବ୍ରାହ୍ମଣ ସମାଜକୁ ଚୋର ଡକାୟତ ବୋଲି ଗାଳି ଦେଇଥିବା ନେଇ ଏକ ଭିଡିଓରେ ଭାଇରାଲ୍ ହୋଇଛି। ହିନ୍ଦୁ ବ୍ରାହ୍ମଣ ସମାଜ ବିରୁଦ୍ଧ ରେ ଏପରି
ଅଶାଳୀନ ମନ୍ତବ୍ୟ ଦେବା କେତେ ଯଥାର୍ଥ ତାହାର ତଦନ୍ତ ହେବା ନିହାତି ଆବଶ୍ୟକ। ସେ ସଭାର ଆୟୋଜକ ହରିଚାନ୍ଦ ମନ୍ଦିର ପରିସର ଅନୁମତି ପ୍ରଦାନକାରୀ ସମୂହଙ୍କୁ ଚିହ୍ନଟକରି ଓ ଭାଷଣ ଦେଉଥୁବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନିବେଦନ କରିଛନ୍ତି । କାହାର ଧର୍ମକୁ ଆକ୍ଷେପକରି କେହି ଭାଷଣ ଦେଇପାରିବେ ନାହିଁ । ଏହା ସୁପ୍ରିମକୋର୍ଟଙ୍କ ଗାଇଡ୍ଲାଇନ୍ ଅଛି । ଏହି ବ୍ୟକ୍ତି ଜଣଙ୍କ ବାରମ୍ବାର ଏଭଳି ଭାଷଣ ଦେବା ଦ୍ବାରା ଅପ୍ରୀତିକର ସମସ୍ୟା ସୃଷ୍ଟିହେବା ସହ ସମାଜ ପାଇଁ ଏକ ଖରାପ ବାର୍ତ୍ତା ଯାଉଛି । ଭବିଷ୍ୟତରେ ଏହା ସାମ୍ପ୍ରଦାୟିକ ହିଂସାରୁ ଏଡ଼ାଇ ହେବନାହିଁ I ଏଥିପ୍ରତି ଦୃଷ୍ଟିଦେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି। କିନ୍ତୁ ୟା ଉପରେ ଥାନାରେ ଅଭିଯୋଗ କରାଯାଇ ଥିଲେ ମଧ୍ୟ ହିନ୍ଦୁ ବିରୋଧୀ ଭାଷଣ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଏପର୍ଯ୍ୟନ୍ତ ମାମଲା ରୁଜୁ ହୋଇ ନ ଥିବାର କାରଣ ସ୍ପ୍ରଷ୍ଟ ବାରୀ ହେଉନି।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର .