କୁଡୁମୁଲୁଗୁମ୍ମା ଯୁକ୍ତ ତିନି ମହା ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କୁଡୁମୁଲୁଗୁମ୍ମା ଯୁକ୍ତ ତିନି ମହା ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କୁଡୁମୁଲୁଗୁମ୍ମା ଯୁକ୍ତ ତିନି ମହା ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ତା-୨୧/୦୬/୨୦୨୫ ରିଖ ,      ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଡାରଉଇନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା,ଖଇରପୁଟ ଗୋଷ୍ଠୀ  ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଗଣ୍ଡ, ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ,ଯୋଗ ଶିକ୍ଷକ  ବିବେକାନନ୍ଦ ଜେନା, ଯୋଗ ଶିକ୍ଷକ ଭଗବାନ ସାହୁ, ସମାଜସେବୀ ବାଳକୃଷ୍ଣ ପ୍ରଧାନ ଓ ଜ୍ୟୋତି ରଞ୍ଜନ ବେହେରାଙ୍କ ସହିତ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହି ପ୍ରଥମେ ୟୋଗିକ ଜଗିଙ୍ଗ , ବ୍ୟାୟାମ, ସୁକ୍ଷ୍ମ ଅଙ୍ଗଚାଳନା,ସୁର୍ଯ୍ୟ ନମସ୍କାର, ବିଭିନ୍ନ ପ୍ରକାରର ଆସନ ଓ ପ୍ରାଣାୟାମ ମାନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଜୀବନ ପଦ୍ଧତି ରେ ଯୋଗର ଆବଶ୍ୟକତା, ମହନୀୟତା ଓ ଏହାର ବୈଶିଷ୍ଟ୍ୟତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇ କହିଥିଲେ ଯେ , ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ଯଦି ମନ ଓ ଶରୀରର ଉଚିତ ବାଲାନ୍ସ ଚାହୁଁଛନ୍ତି ଓ ବିଭିନ୍ନ ଦୁରାରୋଗ୍ୟ ରୁ ବର୍ତ୍ତିବାକୁ ହେଲେ ଯୋଗ ସାଧନାକୁ ହିଁ ନିଜ ଜୀବନର ଏକ ଅଂଶ ବିଶେଷ ଭାବେ ଗ୍ରହଣ କରିବାକୁ ପଡ଼ିବ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ପାଖାପାଖି ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅ°ଶ ଗ୍ରହଣ କରି ପ୍ରତ୍ୟେକ୍ଷ ଯୋଗ ଶିକ୍ଷା ନେଇଥିଲେ । ଶେଷରେ ମହାବିଦ୍ୟାଳୟ ଅଧ୍ୟାପକ ବିଶ୍ୱଜିତ ମହାନ୍ତି, ଜନ୍ କରା, ଅଧ୍ୟାପିକା ସଞିତା ଖୋସଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏନ ଏସ୍ ଏସ୍ ୟୁନିଟ ତରଫରୁ ମହାବିଦ୍ୟାଳୟ ର ସଫେଇ ଅଭିଯାନରେ ସାମିଲ ହୋଇ ସମ୍ପୁର୍ଣ୍ଣ ପରିସରକୁ ପରିସ୍କାର ପରିଚ୍ଛନ୍ନ କରିଥିଲେ ।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର