ମିଳୁନି ତେଲ ଚାଲୁନି ଗାଡି ଭରସା ସାଇକଲ୍

ମିଳୁନି ତେଲ ଚାଲୁନି ଗାଡି ଭରସା ସାଇକଲ୍

ମାଥିଲି (ଶିବପ୍ରସାଦ ପରିଛା ବିଶେଷ ଖବର)

ମାଲକାନଗିରି ଜିଲ୍ଲା ମାଥିଲି ର ତିନି ଗୋଟି ପେଟ୍ରୋଲ ଟାଙ୍କିରେ ଉପଭୋକ୍ତା ଙ୍କୁ ଆଶ୍ୟକତା ଅନୁଯାୟୀ ପେଟ୍ରୋଲ ଡିଜେଲ ମିଳୁନାହିଁ। ଗୌରୀ ପେଟ୍ରୋଲ ପମ୍ପ ଦୁଇ ଦିନ ହେବ କୌଣସି କାରଣରୁ ବନ୍ଦ ହୋଇରହିଛି, ଗୌରୀଶଙ୍କର ପେଟ୍ରୋଲ ପମ୍ପ ଠାରେ କେବଳ ଜରୁରୀକାଳୀନ ପାଇଁ ଷ୍ଟକ ଉପଲବ୍ଧ ରହିଅଛି ଏବଂ କେଜେଡ ଫିଲିଂ ଷ୍ଟେସନ ଠାରେ ବାଇକ କୁ ୨୦୦ ଟଙ୍କା , ଚାରି ଚକିଆ ଯାନ କୁ ୫୦୦ ଟଙ୍କା ଏବଂ ଡିଜେଲ ଚାରିଚକ ଯାନ କୁ ୧୫୦୦ ଟଙ୍କା, ଆଉ ଜରୁରୀକାଳୀନ ଗାଡ଼ି ଗୁଡିକୁ ଫୁଲ୍ ଟାଙ୍କି , ଏବଂ ୯ ଟି ଲକ୍ଷ୍ମୀ ବସ କୁ ଫୁଲ ଟାଙ୍କି,୭ ଗୋଟି ଓଏସଆର୍ଟିସି ବସ କୁ ଫୁଲ ଟାଙ୍କି ତେଲ ଦେବା ପାଇଁ ନିର୍ଦ୍ଦେଶ ରହିଥିବା କେଜେଡ ଫିଲିଂ ଷ୍ଟେସନ ମାଲିକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ମାଥିଲି ରେ ତିନି ଗୋଟି ପେଟ୍ରୋଲ ଟାଙ୍କି ଥିଲେ ସୁଦ୍ଧା ଗୋଟାଏ ଟାଙ୍କି ଚାଲୁ ଥିବାରୁ ଲୋକୋମାନେ ଲମ୍ବା ଲାଇନରେ ୩୦ ମିନିଟ ଅପେକ୍ଷା କଲେ ୨୦୦ ଟଙ୍କାର ପେଟ୍ରୋଲ ଦୁଇ ଚକିଆ ଯାନ କୁ ମିଳୁଛି। ଏତେ କମ ତେଲ ମିଳିବା ଦ୍ୱାରା ଦୂର ରାସ୍ତା ଯାତାୟାତରେ ବାଧାପ୍ରାପ୍ତ ହେଉଛି। ଏଥିସହ ଗ୍ରାମାଞ୍ଚଳ ଲୋକ ୩୦ କିମି ଦୂରରୁ ସହରକୁ ଆସି ତେଲ ପକାଇ ଗ୍ରାମକୁ ଫେରିବା ବେଳକୁ ପକାଇଥିବା ତେଲ ସରିଯାଉଛି । ଗାଡ଼ିର ଟାଙ୍କିରେ ପେଟ୍ରୋଲ ମହଜୁଦ ନ ରହିବା ଦ୍ୱାରା ହଠାତ୍ କେଉଁ ଆଡ଼େ ଯାତାୟାତ କରିବାକୁ ପଡ଼ିଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସହରର କିଛି ଲୋକ ଦୁଇ ଚକିଆ ଯାନ ଛାଡ଼ି ସାଇକେଲରେ ଯାତାୟାତ କରୁଥିବା ଲକ୍ଷ୍ୟ କରାଯାଇଛି। ଆଉ କିଛି ଲୋକ ଆର୍ଥିକ ସ୍ଥିତି ପାଇଁ ମଧ୍ୟ ବାଧ୍ୟ ହୋଇ ଗାଡ଼ି ବଦଳରେ ସାଇକେଲରେ ଚଳପ୍ରଚଳ କରୁଛନ୍ତି।ଗ୍ରୀଷ୍ମ ଋତୁରେ ଦୂର ସ୍ଥାନକୁ ଦୁଇ ଚକିଆ ଯାନରେ ଯାତାୟାତ କରିବା ପାଇଁ ଆବଶ୍ୟକ ପେଟ୍ରୋଲ ମିଳୁନାହିଁ। ଏଥିସହ ଅନେକ ସମୟରେ ପେଟ୍ରୋଲ ପମ୍ପଗୁଡ଼ିକରେ ପେଟ୍ରୋଲ ଅଭାବ ଦେଖାଦେଇଛି। ଆଗକୁ ଏହି ସମସ୍ୟା ବଢ଼ିଲେ ଦେଶରେ ଏକ ପ୍ରକାର ଜଟିଳ ପରିସ୍ଥିତି ଦେଖାଦେବାର ସମ୍ଭାବନା ରହିଛି।