ରଥ ଦିନ ଗଜପତି ମହାରାଜ ଛେରା ପଂହଁରା କରି ଯିବା ପରେ ଠେଲା ପେଲା ହେବା ଯୋଗୁଁ ଦଳା ଚକଟା ହୋଇଥିଲା l

ରଥ ଦିନ ଗଜପତି ମହାରାଜ ଛେରା ପଂହଁରା କରି ଯିବା ପରେ ଠେଲା ପେଲା ହେବା ଯୋଗୁଁ ଦଳା ଚକଟା ହୋଇଥିଲା l ଦଳା ଚକଟା ରେ ପ୍ରାୟ 100ରୁ ଊର୍ଧ୍ଵ ଶ୍ରଦ୍ଧାଳୁ ତଳେ ପଡି ଯାଇଥିଲେ l ସେମାନଙ୍କୁ ଏଜି ଆମ୍ବୁଲାନ୍ସ ଡିଭିଜନ ତୁରନ୍ତ ଉଦ୍ଧାର, ପ୍ରାଥମିକ ଚିକିତ୍ସା ପ୍ରଦାନ ସହ ନିରାପଦ ଭାବେ ହିନ୍ଦୀ ବିଦ୍ୟାପୀଠ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ତଵ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ସହଯୋଗ କରିଥିଲେ l ସେଣ୍ଟ ଜନ ଆମ୍ବୁଲାନ୍ସ, ଭାରତ ସ୍କାଉଟ ଗାଇଡ, ରେଡକ୍ରସ ଆଦି ବେସରକାରୀ ସ୍ବେଛାସେବୀ ସେବୀ ଅନୁଷ୍ଠାନର ସ୍ବେଛାସେବୀ ଏଜି ଆମ୍ବୁଲାନ୍ସ ଡିଭିଜନର ଆମ୍ବୁଲାନ୍ସ ଅଧିକାରୀ ଅଭିଳାଷ ବଳଙ୍କ ନେତୃତ୍ୱରେ ଆହତମାନଙ୍କ ବର୍ଗିକରଣ କରି ପ୍ରାଥମିକ ଚିକିତ୍ସା ସହାୟତା ପ୍ରଦାନ ସହ ଅତି Sketch ଆହତମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଯାଇଥିଲା l