କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଙ୍ଗୀତ ମୂର୍ଚ୍ଛନା ତରଫରୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା .

କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଙ୍ଗୀତ ମୂର୍ଚ୍ଛନା ତରଫରୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା .

କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଙ୍ଗୀତ ମୂର୍ଚ୍ଛନା ତରଫରୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା

 . ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ମୂର୍ଚ୍ଛନା ଭଜନ ମଞ୍ଚ ର କଳାକାର ମାନେ ଚିତା କର୍ଶକ ଭଜନ ସମାରୋହରେ ପରିବେଷଣ କରିଥିଲେ ପ୍ରାରମ୍ଭରେ ମୂର୍ଚ୍ଛନା ଅନୁଷ୍ଠାନ ର ପ୍ରତିଷ୍ଠାତା ଓ ସଙ୍ଗୀତ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ସମସ୍ତ କଳାକାର ମାନଙ୍କ ପରିଚୟ ପ୍ରଦାନ କରିଥିଲେ ପଞ୍ଜାବ ରୁ ଆସିଥିବା ସୁଫି ଭଜନ ଗାୟକ ପି ସି ରାଉତ ରାଜପୁତ ଭଜନ ପରିବେଷଣ କରିଥିଲେ ଓ ଆଗ ଧାଡ଼ିର କଣ୍ଠଶିଳ୍ପୀ ସୁବାସ ପାତ୍ର, ସ୍ଵେତାଲିନା ପଣ୍ଡା, ନିରାକାର ମହାରଣା, ରୂପାଲି ମହାରଣା ସ୍ମୃତି ପଣ୍ଡା, ଜ୍ୟୋତିର୍ମୟୀ କର, ଭଜନ ପରିବେଷଣ କରି ଥିବା ବେଳେ ତବଲା ବାଦକ ରେ ସୂର୍ଯ୍ୟକାନ୍ତ କର କିବୋର୍ଡ ରେ ହିମାଂଶୁ ଶେଖର କରେ ଓ ଅକ୍ଟପ୍ୟଡ୍ ରେ ଆଲୋକ ଘଡାଇ ପ୍ରମୁଖ ବଳଦେବଜୀଉଙ୍କ ସୁନ୍ଦର ଭକ୍ତି ପୁତ ଭଜନ ଓ ଜଣାଣ ମୂର୍ଚ୍ଛନା ର କଳାକାର ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମ ତାଳଧ୍ୱଜ ରଥକୁ ଭକ୍ତ ମାନେ ଦର୍ଶନ କରିବା ସହ ମାଉସୀମା ମନ୍ଦିର ନିକଟରେ ଭଜନ ସମାରୋହ ଉପଭୋଗ କରି ଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ମୂର୍ଚ୍ଛନା ଅନୁଷ୍ଠାନ ର କଳାକାର ମାନଙ୍କୁ ତୁଳସୀ କ୍ଷେତ୍ର ସମ୍ମାନ ରେ ସମ୍ବର୍ଦ୍ଧିତ କରିଥିଲେ ଓ ଶେଷରେ ସିଦ୍ଧ ବଳଦେବଜୀଉ ମହାପ୍ରଭୁଙ୍କୁ ପହଣ୍ଡି କରି ମାଉସୀମା ମନ୍ଦିର କୁ ଅଣାଯାଇଥିଲା