ଲୋକଙ୍କ ମୌଳିକ ସମସ୍ୟାକୁ ସମାଧାନ ନ କରି ଶିଳାନ୍ୟାସ କରିବାକୁ ଆସିଥିବା ରାଜନଗର ବିଧାୟକ ଜନ ଆକ୍ରୋଶର ଶିକାର।
ଲୋକଙ୍କ ମୌଳିକ ସମସ୍ୟାକୁ ସମାଧାନ ନ କରି ଶିଳାନ୍ୟାସ କରିବାକୁ ଆସିଥିବା ରାଜନଗର ବିଧାୟକ ଜନ ଆକ୍ରୋଶର ଶିକାର।
ପଟ୍ଟାମୁଣ୍ଡାଇ ୨୭/୧୧ ଗତ ବିଜେଡି ସରକାର ଅମଳରେ ଦଳୀୟ ବିଧାୟକ ଧୁର୍ବ ସାହୁ ଲୋକଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ କୌଣସି ଧ୍ୟାନ ନ ଦେଇ ନିଜ ସମର୍ଥକଙ୍କ ତୁଷ୍ଠୀ କରଣରେ ସମୟଦେବା ତlଙ୍କପାଇ ମହଙ୍ଗା ପଡ଼ିଛି। ଲୋକଙ୍କ ମୌଳିକ ସମସ୍ୟା ରାସ୍ତା, ଘାଟ, ପାନୀୟଜଳ, ଆଲୋକିକରଣ ଆଦି ସମସ୍ୟାର ସମାଧାନ ହୋଇନଥିବାରୁ ଲୋକମାନେ ବିଧାୟକଙ୍କୁ ଏଥିନେଇ ପ୍ରଶ୍ନ କରିବlସହିତ ଅଞ୍ଚଳକୁ ନ ଆସିବା ପାଇଁ ତାଗିଦ୍ କରିଛନ୍ତି। ଉତ୍ୟକ୍ତ ଲୋକମାନେ ବିଧାୟକଙ୍କ ସମର୍ଥକ ଓ ବିଧାୟକଙ୍କୁ ଘେରାଉ କରି ରଖିବା ସହିତ ଠେଲା ପେଲା କରିବା ଦୃଶ୍ୟର ଭିଡିଓ ଏବେ ସାମାଜିକ ଗଣ ମାଧ୍ୟମରେ ଜଣକ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ୍ କୁ ଘୁରି ବୁଲୁଛି। ସୂଚନା ଯୋଗ୍ୟ ଯେ ବିଜେଡି ପକ୍ଷରୁ ଚାଲିଥିବା ଜନ ସମ୍ପର୍କ ପଦ ଯାତ୍ରାର ଉଦଯାପନୀ ଦିବସ ବୁଧବାର ରାଜନଗର ବିଧାୟକ ଧୂର୍ଵ ସାହୁ ପୂର୍ତ୍ତ ବିଭାଗ ପକ୍ଷରୁ ଦଶ କୋଟି ଟଙ୍କା ବ୍ୟୟ ଅଟକଳରେ ଗତ ଚାରିମାସ ତଳୁ ପ୍ରଶସ୍ତି କରଣ କାର୍ଯ୍ୟ ଆରମ୍ଭ ହୋଇଥିବା ପଟ୍ଟାମୁଣ୍ଡାଇ - କାଠିଆପଡା ରାସ୍ତାର ଶିଳାନ୍ୟାସ କରିବାକୁ ପହଞ୍ଚିବା ମାତ୍ରେ ବଡପଡ଼ା ପଞ୍ଚାୟତର ଲୋକମାନଙ୍କର ଆକ୍ରୋଶର ଶିକାର ହୋଇଥିଲେ। ଏପରିକି ଜେଉ ମହିଳା ଭୋଟ କୁ ପାଥେୟ କରି ବିଧାୟକ ଶ୍ରୀ ସାହୁ ଦୁଇ ଦୁଇ ଥର ନିର୍ବାଚନ ବୈତରଣୀ ପାର ହୋଇଛନ୍ତି, ସେହି ମହିଳାଙ୍କ ଭିତରୁ ସଂଖ୍ୟାଧିକ ମହିଳା ବିଧାୟକଙ୍କୁ ପ୍ରଶ୍ନ ବlଣରେ ଘାଇଲା କରୁଥିବା ଦେଖିବାକୁ ମିଳିଥିଲା। ବଡପଡା ପଞ୍ଚାୟତ ର ସାମଗ୍ରିକ ବିକାଶ ଓ ମୌଳିକ ସମସ୍ୟାର ସମାଧାନ ଦିଗରେ ବିଧାୟକ ବିଫଳ ହୋଇଥିବାରୁ ବିଜେଡି କର୍ମୀମାନେ ବିଜେପି ହୋଇଯିବେ ବୋଲି ଧମକ ଦେଇଥିଲେ। ପଞ୍ଚାୟତ ର ବିକାଶରେ ବିଧାୟକଙ୍କ ଭୂମିକା ନ ଥିବାରୁ, ଆଉ ପଞ୍ଚାୟତ କୁ ନ ଆସିବାପାଇଁ ଉତ୍ୟକ୍ତ ଲୋକମାନେ ବିଧାୟକଙ୍କୁ ତାଗିଦ୍ କରିଥିଲେ। ଏହି ଘଟଣାକୁ ନେଇ ପରିସ୍ଥିତି ଉତ୍ୟଜନା ପୂର୍ଣ୍ଣ ହୋଇ ପଡ଼ିଥିଲା। ବିଧାୟକଙ୍କୁ ଉତ୍ୟକ୍ତ ଲୋକଙ୍କ କବଳରୁ ରକ୍ଷା କରିବାପାଇଁ ନିୟୋଜିତ ସୁରକ୍ଷା କର୍ମୀ ଓ ପୋଲିସକୁ ନlକେଦମ୍ ହେବାକୁ ପଡ଼ିଥିଲା। ପ୍ରକାଶ ଥାଉକି ନିକଟରେ ବଡପଡା ପଞ୍ଚାୟତ ଉପନିର୍ବାଚନ ବିଜେଡ଼ି ସମର୍ଥିତ ପାର୍ଥି ବିଜୟୀ ହୋଇଥିବା ବେଳେ ହଠାତ୍ ବିଧାୟକ ଲୋକପ୍ରିୟତା ହରାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।



