ସୁରାଦେଇରେ ଋତୁଶ୍ରାବ ସ୍ୱାସ୍ଥ୍ୟ ଏବଂ ବାଲ୍ୟ ବିବାହ ନିବାରଣ ଉପରେ ସଚେତନତା ଅଭିଯାନ .

ସୁରାଦେଇରେ ଋତୁଶ୍ରାବ ସ୍ୱାସ୍ଥ୍ୟ ଏବଂ ବାଲ୍ୟ ବିବାହ ନିବାରଣ ଉପରେ ସଚେତନତା ଅଭିଯାନ
ଖଜୁରୀପଡା, 23/03/25 - ବାଲ ରକ୍ଷା ଭାରତ ସହଯୋଗରେ ସୁରାଦେଇ ଅଙ୍ଗନବାଡି କେନ୍ଦ୍ରରେ ଋତୁଶ୍ରାବ ସ୍ୱାସ୍ଥ୍ୟ ଏବଂ ବାଲ୍ୟ ବିବାହ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଗତି ୟୁଥ କାଉନସିଲର ସଦସ୍ୟ ସୋନମ ବେହେରା, ଚି଼ଙ୍କି ଗଣ୍ଡା, ନିହାରିକା ମହାରଣା, ଅର୍ଚନା ଗଣ୍ଡା ଏବଂ ବର୍ଷା ରାଣୀ ସାହୁ ସଚେତନ କରିଥିଲେ।
ସେମାନେ ଋତୁଶ୍ରାବ ସମ୍ବନ୍ଧୀୟ ଅନ୍ଧବିଶ୍ୱାସ, ଏହି ସମୟରେ ପାଳନ କରିବାକୁ ଥିବା ସ୍ୱାସ୍ଥ୍ୟ ଅଭ୍ୟାସ, ପୋଷଣ ଯୁକ୍ତ ଖାଦ୍ୟ ବିଷୟରେ ସଚେତନତା ଦେଇଥିଲେ। ଏହାସହିତ, ବାଲ୍ୟ ବିବାହ କଣ, ଏହାର ପ୍ରଭାବ, ଏବଂ ବାଲ୍ୟ ବିବାହ ନିବାରଣ ଲାଗି ବିଧିମାନ ଓ ଆଇନଗୁଡ଼ିକ ବିଷୟରେ ଏକ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ବାଲ ରକ୍ଷା ଭାରତ ର କର୍ମୀ ହୋସନା ଅକତାରି ସହଯୋଗ କରିଥିଲେ
କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ୱାର୍ଡ ସଭ୍ୟ, ଗୋଷ୍ଠୀ ସମ୍ବଳ କର୍ମୀ ଏବଂ SHG ନେତ୍ରୀମାନେ ଅଂଶଗ୍ରହଣ କରି ଏହି ସଚେତନତାକୁ ଗ୍ରାମ ଓ ଆସପାସ ଅଞ୍ଚଳରେ ପ୍ରସାର କରିବା ଲାଗି ସମ୍ପୃକ୍ତ ହେବାକୁ ନିଷ୍ପତ୍ତି ନେଲେ। ସମସ୍ତେ ଏହି ଉଦ୍ୟମ ଦ୍ୱାରା ସାନିଟାରୀ ନାପକିନ ବ୍ୟବହାର ଓ ସ୍ୱଚ୍ଛତା ବଜାୟ ରଖିବା ସହିତ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଗଢ଼ି ତୋଳିବାକୁ ପ୍ରତିଶ୍ରୁତ ଦେଲେ।
ଏହି କାର୍ଯ୍ୟକ୍ରମ ଗ୍ରାମ ସ୍ତରରେ ମହିଳା ଏବଂ କିଶୋରୀମାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାରେ ସହାୟକ ହେବ।