ସୌମ୍ୟାଶ୍ରୀଙ୍କ ନ୍ୟାୟ ପାଇଁ ମାଥିଲି କଂଗ୍ରେସର ବନ୍ଦ ଡାକରା।

ସୌମ୍ୟାଶ୍ରୀଙ୍କ ନ୍ୟାୟ ପାଇଁ ମାଥିଲି କଂଗ୍ରେସର ବନ୍ଦ ଡାକରା।
ମାଥିଲି ୧୭/୦୬ ଓଡ଼ିଶା ସରକାରଙ୍କ ଆଇନ୍ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ବଣରେ ରାଜ୍ୟ କଂଗ୍ରେସ ସୋମ୍ୟାଶ୍ରୀଙ୍କ ପ୍ରତି ଅନ୍ୟାୟକୁ ରାଜ ରାସ୍ତାରେ ଜାତୀୟ କଂଗ୍ରେସ। ଆତ୍ମହତ୍ୟା କରିନାହିଁ ବରଂ ସରକାର ତାଙ୍କୁ ହତ୍ୟା କରିଛନ୍ତି । ବାଲେଶ୍ଵର ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ମିଳିତ ଭାବେ ତୀବ୍ର ବିରୋଧ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ଅଖ ଚକ ଦୋକାନ ବଜାର ବନ୍ଦ । ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ସିଧା ସଳଖ ଭାବେ କହିଛନ୍ତି ଶେଷରେ ବିଜେପିର ଶାଖା ଏବିଭିପିର ଝିଅ ବି ସରକାରଙ୍କ ସିଷ୍ଟମରୁ ବାଦ୍ ପଡିଲାନି । ଛାତ୍ରୀ ଜଳୁଥିବା ସମସ୍ତେ ଦେଖୁଥିଲେ। ପେଟ୍ରୋଲ ଆସିଲା କେଉଁଠୁ ଏବଂ ତାଙ୍କୁ ଦେଲା କିଏ। କେହି ପ୍ରତିବାଦ କଲେନି। କହା ଛତ୍ର ଛାୟାରେ କଲେଜ କତୃପକ୍ଷ ? ନାରୀଙ୍କୁ ସୁରକ୍ଷା ଦେବାରେ ବିଫଳ ବିଜେପି ସରକାର ନୈତିକତା ଦୃଷ୍ଟିରୁ ଶାସନରୁ ଗାଦିରୁ ଓହରିଯିବା ଦରକାର। ପ୍ରତିବାଦରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ଦାସ।ଏହି ବନ୍ଦରେ କଂଗ୍ରେସ ସମେତ ୮ଟି ସମଭାବାପନ୍ନ ଦଳ ସାମିଲ ହୋଈ ବନ୍ଦ ଡାକରା ଦେଇଥିଲେ। ବନ୍ଦ ଯୋଗୁଁ ସ୍କୁଲ୍, କଲେଜ, ଦୋକାନ ବଜାର ସବୁ ବନ୍ଦ ରହିଥିଲା। ବ୍ଲକ୍ କଂଗ୍ରେସ କମିଟି ର ସଭାପତି ଶ୍ରୀ ଯୁକ୍ତ ମଙ୍ଗଳା ଗୌଡ଼ ଙ୍କ ନେତୃତ୍ବ ରେ ଏହି ବନ୍ଦ ପାଳନ କରାଯାଇଥିଲା। ଏଥିରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ, ଓ ତ୍ରିନାଥ ଭୂମିଆ,ଫୁଲମତି ଜିରମ୍, ବାଲରାଜୁ କୋପେ, ଏମ ଡି ଆକବର, ଓ ବ୍ଲକର ବିଭିନ୍ନ ପଞ୍ଚାୟତ ରୁ କଂଗ୍ରେସ କର୍ମୀ ମାନେ ଆସି ବନ୍ଦ ଡାକରାକୁ ସମର୍ଥନ କରି ବନ୍ଦ ପାଳନ କରିଥିଲେ।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର