ନାମକୁ ମାତ୍ର ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ମୁହଁ ମାଡି ପଡିଛି ଜିଲ୍ଲା ପର୍ଯ୍ୟଟନ ବିଭାଗ
ନୟାଗଡ଼: ୨୭ ।0୯ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ନୟାଗଡ଼ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୌଡ଼ ପ୍ରତିଯୋଗିତା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ତେବେ ଗୋଟିଏ ପଟେ ଦିବସ ପାଳନକୁ ନେଇ ପ୍ରଶାସନିକ ଉତ୍ସାହ ଦେଖାଯାଉଥିବାବେଳେ, ଅନ୍ୟପଟେ ଜିଲ୍ଲାର ଅନେକ ପର୍ଯ୍ୟଟନସ୍ଥଳୀର ବାସ୍ତବ ସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି।ଜିଲ୍ଲା ପର୍ଯ୍ୟଟନ ବିଭାଗର ଆୟୋଜନରେ ହୋଇଥିବା ଦୌଡ଼ ପ୍ରତିଯୋଗିତାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ରଥ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ପରେ କରିଥିଲେ। ଏଥିରେ ଉପଜିଲ୍ଲାପାଳ କର୍ଣ୍ଣ ଦେବ ସମ।ଦାର, ଜିଲ୍ଲା ବନଖଣ୍ଡ ଅଧିକାରୀ ରାମପଦ ଅରବିନ୍ଦ ମିଶ୍ର, ମହାନଦୀ ବନ୍ୟପ୍ରାଣୀ ସୁରକ୍ଷା ଡିଭିଜନ ଡି ଏଫ୍ ଓ ଦେବ।ର୍ଚ୍ଚନ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁଙ୍କ ସମେତ ଜିଲ୍ଲା ସୂଚନ।ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଓ ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା ସାହୁ ପ୍ରମୁଖ ଯୋଗଦେଇ ପତାକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିଥିଲେ।ଏହି ଦୌଡ଼ରେ ୨୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିରରୁ ଦୌଡ଼ ଆରମ୍ଭ ହୋଇ ଟ୍ରାଫିକ ଛକ, ପର୍ଯ୍ୟଟନ କାର୍ଯ୍ୟାଳୟ ଦେଇ ନୟାଗଡ଼ ଷ୍ଟାଡିୟମ୍ରେ ଶେଷ ହୋଇଥିଲା।
ଷ୍ଟାଡିୟମ୍ରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମହିଳା ଓ ପୁରୁଷ ବିଭାଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଟ୍ରଫି, ପ୍ରମାଣପତ୍ର ଓ ୧,୦୦୦ ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅର୍ଥରାଶି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ପ୍ରଦାନ କରିଥିଲେ। ଏଥିସହ ଗତକାଲି ଅନୁଷ୍ଠିତ ସାଧାରଣ ଜ୍ଞାନ ପ୍ରତିଯୋଗିତା
ର ସଫଳ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ତେବେ ପ୍ରଶ୍ନ ଉଠୁଛି, ବିଶ୍ୱ ପର୍ଯ୍ୟଟନ ଦିବସ କେବଳ ଦୌଡ଼ ପ୍ରତିଯୋଗିତା, ପୁରସ୍କାର ବିତରଣ ଓ ମଞ୍ଚ କାର୍ଯ୍ୟକ୍ରମରେ ସୀମିତ ରହିବ ନା ପର୍ଯ୍ୟଟନସ୍ଥଳୀର ବାସ୍ତବ ବିକାଶ ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯିବ?
ନୟାଗଡ଼ ଜିଲ୍ଲାରେ ପ୍ରାକୃତିକ ସୌନ୍ଦର୍ଯ୍ୟ, ଧାର୍ମିକ ଐତିହ୍ୟ, ଐତିହାସିକ ସ୍ଥାନ ଓ ମନୋରମ ପରିବେଶ ଭରପୂର ରହିଛି। ଏହି ସବୁ ପର୍ଯ୍ୟଟନସ୍ଥଳୀର ବିକାଶ ହେଲେ ଜିଲ୍ଲାର ପର୍ଯ୍ୟଟନ ଅର୍ଥନୀତି ସୁଦୃଢ଼ ହେବା ସହ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। କିନ୍ତୁ ଏଥିପାଇଁ କେବଳ ବର୍ଷକୁ ଥରେ ପର୍ଯ୍ୟଟନ ଦିବସ ପାଳନ ନୁହେଁ, ବର୍ଷସାରା ଯୋଜନାବଦ୍ଧ ପଦକ୍ଷେପ ଆବଶ୍ୟକ।ଅନେକ ପର୍ଯ୍ୟଟନସ୍ଥଳୀରେ ଗମନ।ଗମନ ବା ପରିଭ୍ରମଣ ର ସୁବିଧା,ରାସ୍ତା, ପାନୀୟ ଜଳ, ଶୌଚାଳୟ, ସଫେଇ, ଆଲୋକୀକରଣ, ବସିବା ସ୍ଥାନ, ସୂଚନା ଫଳକ, ରୋଡ ମ୍ୟାପ୍ ହୋଡ଼ିଂ ଯାତ୍ରୀ ନିବାସ ଓ ନିୟମିତ ରକ୍ଷଣାବେକ୍ଷଣ ଭଳି ମୌଳିକ ସୁବିଧା ନେଇ ଅଭିଯୋଗ ରହିଛି। ଏଭଳି ସ୍ଥିତିରେ ପର୍ଯ୍ୟଟନସ୍ଥଳୀଗୁଡ଼ିକ ପ୍ରତି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ନିୟମିତ ନିଘା କେତେ ରହିଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ।ତେଣୁ ଆନୁଷ୍ଠାନିକ ଭାବେ ପାଳନ ସହ ବାସ୍ତବ ପର୍ଯ୍ୟଟନ କ୍ଷେତ୍ର ର ବିକାଶ ଆବଶ୍ୟକତା ରହିଛି ।ଏଥିପାଇଁ ଉଦ୍ଦିଷ୍ଟ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ କେବେ ଖୋ।ଲେନାହିଁ କିମ୍ବା ଜିଲ୍ଲା
ପ୍ରଶ।ସନ ର ମଧ୍ୟ ଏଥିପ୍ରତି ନିଘା ନାହିଁ ।
ଜିଲ୍ଲାରେ ଶ୍ରୀଜଗନ୍ନାଥ ଙ୍କ ଆଦି ପୀଠ କଣ୍ଟିଲୋ ଶ୍ରୀ ନୀଳମାଧବ କ୍ଷେତ୍ର,ବିଶ୍ଵ ବିସୃତ ପଠାଣି ସାମନ୍ତ ଙ୍କ ଜନ୍ମପିଠ ଖଣ୍ଡପଡା ଗଡ ସାମନ୍ତକ୍ଷେତ୍ର , ସୁନମୁହିଁ ସେତୁ ,ମହାନଦୀର ବାଲୁକା ଶଯ୍ୟାରେ ଗୋକୁଳାନନ୍ଦ ଆଶ୍ରମ, ଯୋଗିଯୋଗିଆଣୀ ପୀଠ ,ବାଇଶି ପଲ୍ଲୀ ଅଭୟାରଣ୍ୟ ,ସାତକୋଶିଆ ସ୍ୟଣ୍ଡ ରିସୋର୍ଟ, କୁଆଁ ରିଆ ମୃଗ ବିହର , ଭାପୁର ନିକଟରେ ଏସିଆ ର ଦ୍ଵିତୀୟତମ ଉଷ୍ଣ ପ୍ରସ୍ରବଣ ତରବ।ଲୋ ଓ ଫତେଗଡ ରେ ଦ୍ଵିତୀୟ ଅଯୋଧ୍ୟା। ବୋଲ। ଯାଉଥିବା ରାମମନ୍ଦିର, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ଓଡ଼ଗାଁ ର ରଘୁନାଥ ଜୀଉ ମନ୍ଦିର,ଶରଣ କୁଳ ଲଡୁକେଶ ମନ୍ଦିର ,ରଣପୁର ର ମଣିଁନାଗ ମନ୍ଦିର, ବର ମୂଳ, ସିମିଳି , ବରକନ୍ୟ। ଓ ରାଜଗିରି ଝରଣା ,ଫାଶୀ ପଲ୍ଲୀ ଜାମୁ କୋଣ ନିକଟ ମା ବୈଷ୍ଣୋ ଦେବୀ ମନ୍ଦିର ,ନୟାଗଡ଼ ର ଆରା।ଧ୍ୟ ଦେବୀ ମା ଦକ୍ଷିଣକାଳୀ ମନ୍ଦିର, ଦଶପଲ୍ଲା ର ଶ୍ରୀ ମହାବୀର କ୍ଷେତ୍ର, ଉଦୟପୁର ରେ ଦାସିଆ ଅଜା ପା।ଠାଗାର ଆଦି ପର୍ଯ୍ୟଟନସ୍ଥଳୀର ସ୍ଥିତି ସମୀକ୍ଷା କରି ଆବଶ୍ୟକ ଭିତ୍ତିଭୂମି, ପରିମଳ, ସୁରକ୍ଷା ଓ ପର୍ଯ୍ୟଟକ ଙ୍କ ସୁବିଧା ଓ ବୃଦ୍ଧି ଦିଗରେ ଠୋସ ପଦକ୍ଷେପ ନିଆଯିବା ପାଇଁ ଦାବି ହେଉଛି।
ଆଶୋକ କୁମାର ସା।ଥୁଆ,ଜିଲ୍ଲା ସାମ୍ବାଦିକ ନୟାଗଡ଼


admin 
