ଶଯ୍ୟାଶାୟୀ ରବୀନ୍ଦ୍ର ଙ୍କୁ ନେଇ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ।
କଥା ରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ, ଯଦି ଏହି ସ୍ୱାସ୍ଥ୍ୟ ବିପଦ ରେ ପଡ଼ିଯାଏ ତେବେ l ଠିକ ଏହିପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଶାମସୁନ୍ଦରପୁର ପଞ୍ଚାୟତ ଖଣ୍ଡିଆବନ୍ଧ ଗ୍ରାମ ରେ l ଏହି ଗ୍ରାମ ର ରବୀନ୍ଦ୍ର ମଲ୍ଲିକ ଜଣେ ଟଲି ଚାଳକ ଅଟନ୍ତି l ସେ ଟଲି ଚଳାଇ ନିଜ ଗୁଜୁରାଣ ମେଣ୍ଟାଉଥିଲେ l ଗତ ସରସ୍ବତୀ ପୂଜା ଭସାଣି ରେ ରବୀନ୍ଦ୍ର ଟଲି ନେଇ ଯାଉଥିବା ବେଳେ ବାଜା ନେଇ ଯାଉଥିବା ଗାଡି ତାଙ୍କ ଉପରେ ଓଲଟି ପଡିଥିଲା, ଯାହା ଫଳରେ ତାଙ୍କ ଗୋଡ଼ ରେ ଗଭୀର ଆଘାତ ହୋଇଥିଲା l ଦୀର୍ଘ ଦୁଇ ମାସ ର ଚିକିତ୍ସା ପରେ ବି ସେ ସମ୍ପୂର୍ଣ ସୁସ୍ଥ ହୋଇ ନ ଥିଲେ l ସେ ରୋଗ ଶଯ୍ୟା ରେ ଥିବା ରୁ ଘର ଚାଲିବା ବି ମୁସ୍କିଲ l ଏହି ଖବର କୁ ସେହି ଗ୍ରାମ ର ପ୍ରଫୁଲ୍ଲ ମଲ୍ଲିକ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଙ୍କ ସହ ଆଲୋଚନା କରିଥିଲେ l ଟ୍ରଷ୍ଟ ର ସଭାପତି ଓ ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର ରବୀନ୍ଦ୍ର ଙ୍କ ଉନ୍ନତ ଚିକିତ୍ସା ପାଇଁ କଟକ ରେ ଯୋଗାଯୋଗ କରିଥିଲେ l ଆଜି ରବୀନ୍ଦ୍ର ଙ୍କୁ ନେଇ କଟକ ରେ ଚିକିତ୍ସା କରାଇ ଘରେ ଛଡା ଯାଇଛି l ଆଜି ର କାଯ୍ୟକ୍ରମ କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ସମ୍ପାଦକ ରାଜେଶ ବାରିକ, ପ୍ରଫୁଲ୍ଲ ମଲ୍ଲିକ ଓ ଖଗେଶ୍ୱର ବେହେରା ଙ୍କ ପ୍ରତକ୍ଷ ତାୱାବଧାନ ରେ ସମ୍ପାଦନ କରାଯାଇଥିଲା l
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି କେନ୍ଦ୍ରାପଡ଼ା


admin 
