୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ୭ ମ ମଇଁଷି ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତାରୋକ ଆନ୍ଦୋଳନ.

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ୭ ମ ମଇଁଷି ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତାରୋକ ଆନ୍ଦୋଳନ.

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ୭ ମ ମଇଁଷି ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତାରୋକ ଆନ୍ଦୋଳନ ଖଣ୍ଡପଡ଼ା ୧୫|୬ (ରଜତ ଦାସ୍) ଖଣ୍ଡପଡ଼ା ବ୍ଲକ ଅଧୀନ ବଡ ବାଣପୁର ପଞ୍ଚାୟତର କୁମୁଣ୍ତି ଓ ରତନପୁର ଗ୍ରାମ ମଧ୍ୟସ୍ଥ ଗହିର ମଧ୍ଯ ଦେଇ ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ଟି ମଇଁଷିର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ମଇଁଷି ଗୁଡିକ ନିକଟସ୍ଥ ଘଣାଶାଳିଆ ଗ୍ରାମର ଗୋପାଳକ ବୀର ବେହେରାଙ୍କର ବୋଲି ଜଣାପଡିଛି। ପ୍ରତିଦିନ ପରି ମଇଁଷି ଗୁଡିକ ଗହିର ମଧ୍ଯରେ ଚରିବାକୁ ଯାଇଥିବା ବେଳେ ତଳକୁ ନଇଁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡିଛି। ଖବରପାଇ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ଗୋପାଳକଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚିବା ପରେ ଏଭଳି ଘଟଣାକୁ ଦେଖି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏଥି ନିମନ୍ତେ ବିଦ୍ୟୁତ ବିତରଣ କମ୍ପାନି ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ହୋହାଲ୍ଲା କରିଥିଲେ।ପରେ ଉକ୍ତ ଗୋପାଳକଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୁରଣ ଦାବିରେ ସ୍ଥାନୀୟ ବାସିନ୍ଦା ରତନପୁର ଗ୍ରାମ ନିକଟରେ ରାସ୍ତାରୋକ ଆନ୍ଦୋଳନ କରିବା ଯୋଗୁଁ କଣ୍ଟିଲୋରୁ ଗଣିଆ ୪୮ ନଂ ରାଜ୍ଯ ରାଜପଥରେ ଯାନବାହନ ଚଳାଚଳ ଗତ ୩ ଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିଲା। ଖବରପାଇ ଖଣ୍ଡପଡ଼ା ଥାନାଧିକାରୀ କୃତିବାସ ହରିଚନ୍ଦନ, କଣ୍ଟିଲୋ ଫାଣ୍ଡି ଅଧିକାରୀ ସ୍ବାଗତ କୁମାର ଦାଶ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଜନସାଧାରଣଙ୍କୁ ବୁଝାସୁଝା କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ଦାୟୀତ୍ବ ତୁଲାଇ ଥିଲେ। ପରେ ଟିପିସିଓଡିଏଲ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗୋପାଳକଙ୍କ ପରିବାରକୁ ଆନୁସଙ୍ଗିକ ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ଆନ୍ଦୋଳନ ହଟିଥିବା ଜଣାପଡିଛି। ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର