ଅଧିକାର ପାଇଁଁ କୋୟା ସମାଜର ବିରାଟ ମେଳି ।.
ଅଧିକାର ପାଇଁଁ କୋୟା ସମାଜର ବିରାଟ ମେଳି ।
ମାଲକାନଗିରି ତା:- ୨୨/୦୪ ୨୦୨୫(ଶିବପ୍ରସାଦପରିଛାବିଶେସ ଖବର)ମାଲକାନଗିରିବ ଜିଲ୍ଲାର କୋୟା ସମାଜ ତାଙ୍କ ହକ ଅଧିକାର ପାଇଁଁ ପଡ଼ିଆ ବ୍ଲକ ଅନ୍ତର୍ଗତ ପେରମାଗୁଡା ଗ୍ରାମ ଠାରେ ଗତକାଲି ସଂନ୍ଧ୍ୟାରେ ବହୁସଂଖ୍ୟା ରେ ଏକତ୍ରିତ ହୋଇଥିଲେ । କୋୟା ସମାଜର ନେତୃବୃନ୍ଦ ସମେତ ପେଦା, ଗାଁ ମୂଖିଆ, ପୂର୍ବ ଏବଂ ବର୍ତ୍ତମାନ ଲୋକପ୍ରତିନିଧି ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଜିଲାର ଆଦିବାସୀ ତଥା ମୂଳନୀବାସୀ ଙ୍କ ଉପରେ ଏ ସରକାର କିପରି ଭାବରେ ପଢଯନ୍ତ୍ର ଚଳାଇଛି ସେ ବିଷୟରେ ମଞ୍ଚାଶିନ ଅତିଥି ମାନେ ସଚେତନତା ସୃଷ୍ଟି କରିବା ସହ ସରକାର ଚଳାଇଥିବା ପଢଯନ୍ତ୍ର କୁ ଘୋର ନିନ୍ଦା କରିଥିଲେ । ପରିଶେଷରେ ସେମାନଙ୍କ ହକ ଅଧିକାର ପୂରଣ ନହେଲେ ଚାରୋଟି ରାଜ୍ୟର ଲକ୍ଷ ଲକ୍ଷ ଆଦିବାସୀ ସ୍ଥାନୀୟ କୋୟା ବିଦ୍ରୋହୀ ସହିଦ ତାମ୍ମା ଦୋରା ଏବଂ ସହିଦ ଲକ୍ଷ୍ମଣ ନାୟକ ଙ୍କ ଭୋଳି ରୂପ ଧାରଣ କରିବାକୁ ବାଧ୍ୟ ହେବୁ ବୋଲି ସମସ୍ତେ ପ୍ରତିଜ୍ଞା କରିଥିଲେ । ଉପାନ୍ତ ଓ ପଶ୍ଚିମ ଅନୁସୂଚୀ ମାଲକାନଗିରି ଜିଲ୍ଲାର ସ୍ଥାନୀୟ ଲୋକଙ୍କ ବିନା ଅନୁମତିରେ ଏଠାରେ ଅଣ ଆଦିବାସୀ ଏବଂ ବଙ୍ଗୀୟ ଶରଣାର୍ଥୀଙ୍କୁ ବସତି ସ୍ଥାପନ କରାଯାଇଥିବା କୁ ବିରୋଧ କରାଯାଇଥିଲା । ସେହିପରି ଜିଲ୍ଲାରେ ଆଡ଼ା ଜମାଇଥିବା ବାଙ୍ଗଲାଦେଶ ଅନୁପ୍ରବେଶକାରୀ ଙ୍କୁ ଚିହ୍ନଟ ନକରିବା ଏବଂ ସେମାନଙ୍କୁ ଏଠାରୁ ନହଟାଇବା ନେଇ ସରକାରଙ୍କୁ ବିରୋଧ କରାଯାଇଥିଲା । ଜିଲାର ବଙ୍ଗୀୟ ଗ୍ରାମ ଗୁଡ଼ିକୁ ରାଜସ୍ବ ଗ୍ରାମର ମାନ୍ୟତା ନ ଦେବାକୁ ଘୋର ବିରୋଧ କରାଯାଇଥିଲା। ସେହିପରି ଜିଲ୍ଲାର ମୂଳ ନିବାସୀ ତଥା ବିସ୍ଥାପିତ ଲୋକଙ୍କୁ ଘରବାଡ଼ି ଓ ଚାଷ ଜମି ତଥା ଅନ୍ୟ ମୈଳିକ ସୁବିଧା ମିଳିନଥିବା ବେଳେ କିପରି ବଙ୍ଗୀୟ ଶରଣାର୍ଥୀ ଏବଂ ବଙ୍ଗଳାଦେଶ ଅନୁପ୍ରବେଶକାରୀ ଙ୍କୁ ଏଠାରେ ବିଭିନ୍ନ ସରକାରୀ ସୁବିଧା ଦିଆଗଲା ବୋଲି ବିରୋଧ କରାଯାଇଥିଲା। ଜିଲାର ଆଦିବାସୀ ଙ୍କ ରାଜନୈତିକ ବିକାଶ କ୍ଷେତ୍ରରେ ମିଳିଥିବା ଏକ ସ୍ବତନ୍ତ୍ର ଅଧିକାରକୁ ଖତମ କରି ଅନ୍ୟ ହାତରେ ଟେକି ବା ଷଡ଼ଯନ୍ତ୍ର ଏବଂ ବ୍ୟକ୍ତିଗତ ଓ ଗୋଷ୍ଟି ଗତ ଜଙ୍ଗଲ ଅଧିକାର ଆଇନରୁ ସ୍ଥାନୀୟ ଆଦିବାସୀଙ୍କ ଅଧିକାରରୁ ବଞ୍ଚିତ କରାଯାଉଥିବା ବେଳେ ଏଠାରେ ବଙ୍ଗୀୟ ଶରଣାର୍ଥୀ ଓ ପୁଞ୍ଜିପତି ଙ୍କ ସ୍ବାର୍ଥ ପୂରଣ କରୁଥିବା କୁ ବିରୋଧ କରାଯାଇଛି ।
ମାଲକାନଗିରି ରୁ ଶିବପ୍ରସାଦ ପରଛା ଙ୍କ ରିପଟ ବିଶେଷ ଖବର