ଅଳିଆ ଆବର୍ଜନା ରେ ଭରପୁର କେନ୍ଦ୍ରାପଡ଼ା ପୌରପାଳିକା ,ସଫେଇ କାମ ରେ ଅସଫଳ , ଅଣଦେଖା ପ୍ରଶାସନ କୁ ସଚେତନ କରାଇଲେ ସ୍ବେଛାସେବୀ l
ଚଳିତ ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲା ରେ ଗଜଲକ୍ଷ୍ମୀ ପୂଜା କୁ ଶହେ ବର୍ଷ ପୂରଣ ହେଉଛି l ସେଥିପାଇଁ ପୂଜା ପୂର୍ବ ରୁ ସହର ର ବିଭିନ୍ନ ସ୍ଥାନ କୁ ସଫା କରିବା ସହ ପରିବେଶ କୁ ସରସ ସୁନ୍ଦର କରାଯାଉଛି l ଏହା ପ୍ରଶାସନ ର ସାଧୁ ଉଦ୍ୟମ l ପୌରାଞ୍ଚଳ ର ରାସ୍ତା, ଡ୍ରେନ, ଗମନାଗମନ ଓ ପରିମଳ ବ୍ୟବସ୍ଥା କୁ ତ୍ୱରାନ୍ୱିତ ଚାଲିଛି l ଏହା ମଧ୍ୟ ରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ନମ୍ବର ବ୍ଲକ ଛଅ ନମ୍ବର ୱାର୍ଡ କେଶପୁର ବଜ଼ାର ର କେନାଲ କୁଳ ରାସ୍ତା କଡ଼ ରେ କୁଢ଼ କୁଢ଼ ଅଳିଆ ଗଦା ହୋଇଛି l ସେହି ରାସ୍ତା ଦେଇ ବ୍ଲକ ସହ ପାଞ୍ଚ ଗୋଟି ସରକାରୀ କାର୍ଯ୍ୟାଳୟ କୁ ବାବୁ ମାନେ ନିତି ଯା ଆସ କରିଥାନ୍ତି l
ତା ସହ ସାଧାରଣ ଜନତା, ବୟସ୍କ ବ୍ୟକ୍ତି, ଛୋଟ ପିଲାମାନେ ଵି ସ୍କୁଲ ଯିବା ସହ ଶହ ଶହ ଲୋକେ ନିତି ଯା ଆସ କରୁଥାନ୍ତି l ସ୍ଥାନ ଟି ଏପରି ଲାଗୁଚି ଯେମିତି ଅଳିଆ ଗଦା ରାସ୍ତା କଡ଼ ରେ ବଢ଼ି ଚାଲିଛି l ଏ ସ୍ଥାନ ରେ ଅଧିକାରୀ ଙ୍କ କାହାର ନଜର ନାହିଁ l ବିଭିନ୍ନ ପ୍ରକାର ଅଭିଯୋଗ ପରେ ସ୍ଥାନୀୟ ଯୁବକ ଓ ପିଲା ମାନଙ୍କୁ ଏକତ୍ର କରି ସାମାଜିକ କର୍ମୀ ଦମନ ମହାନ୍ତି ସେ ସ୍ଥାନ କୁ ସଫା କରିବା ସହ ପରିବେଶ ସୁରକ୍ଷା ଅମର ଲକ୍ଷ୍ୟ ବୋଲି ମତ ଦେଇଛନ୍ତି l ଆଜି ଏହି ସଫେଇ କାର୍ଯ୍ୟକ୍ରମ ରେ ଦମନ ମହାନ୍ତି, ଯୋଗେନ୍ଦ୍ର ଶର୍ମା, ମହେଶ୍ୱର ମଲ୍ଲିକ, ଗଉରା ନାୟକ, ରାଜେନ୍ଦ୍ର ଗିରି, କେମ୍ପା ପଣ୍ଡା ଓ ବିଭୁ ଭୂଷଣ ନାୟକ ସାମିଲ ଥିଲେ l
ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
