ବାଘ ଆତଙ୍କ ମୃତ୍ୟୁ ମୁଖ ରୁ ଝିଅ କୁ ଉଦ୍ଧାର କଲା ମାଆ
ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଅନ୍ତର୍ଗତ ଟେମୁରୁପାଲ୍ଲୀ ପଞ୍ଚାୟତ ଜନ୍ଦ୍ରାଗୁଡ଼ା ଗ୍ରାମ ନିକଟସ୍ଥ ଚିଙ୍ଗୁଡ଼ିକୁଣ୍ଡ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଲାଚୁ ବେଟି ଙ୍କ ଝିଅ ସଂଜିଲା ବେଟି (୪)ଘରେ ଖେଳୁଥିବା ସମୟରେ ଏକ ବାଘ ଘରୁ ଟେକି ନେଇ ଯାଉଥିଲା। ସେହି ସମୟରେ ତାଙ୍କ ମା ପାଣି ପାଇଁ ନିକଟସ୍ଥ ନାଳ କୁ ଯାଇଥିବା ସମୟରେ ଏକ ବାଘ ଆସି ଉଠାଇ ନେଇଯାଉଥିଲା। ସେହି ସମୟରେ ତାଙ୍କ ମା ମୁକେ ବେଟି ଦେଖି ବାଘ ମୁଁହ ରୁ ତାଙ୍କ ଝିଅ କୁ ବଞ୍ଚେଇ ଥିଲେ। ସଖାଳ ୭ ଘଣ୍ଟିକା ସମୟର ଘଟଣା।ବାଘ ଆକ୍ରମଣରେ ସଂଜିଲାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ପରିବାର ଲୋକ ଓ ଗ୍ରାମବାସୀ ତୁରନ୍ତ ତାଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଜଙ୍ଗଲ ସଂଲଗ୍ନ ଗ୍ରାମଗୁଡ଼ିକରେ ବନ୍ୟଜନ୍ତୁଙ୍କ ଚଳପ୍ରଚଳ ବଢ଼ୁଥିବାରୁ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ବନ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଅଞ୍ଚଳରେ ପାଟ୍ରୋଲିଂ ବୃଦ୍ଧି ସହ ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଦାବି ହେଉଛି। ସଙ୍ଗେ ସଙ୍ଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ। ବର୍ତ୍ତମାନ ମାଥିଲି ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସା ଚାଲିଛି
(ମାଥିଲି ରୁ ପ୍ପେଶଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
