ଅସହାୟ ବୃଦ୍ଧଙ୍କ ମୃତ୍ୟ ଖବର ଶୁଣି ଘଟଣା ସ୍ଥଳରେ ପହଁଚିଲେ ଚିତ୍ରକୋଣ୍ଡା ବିଧାୟକ : ଧଳା ଧୋତି ପିନ୍ଧାଇ ଦେଖାଇଲେ ମାନବିକତା

ଅସହାୟ ବୃଦ୍ଧଙ୍କ ମୃତ୍ୟ ଖବର ଶୁଣି ଘଟଣା ସ୍ଥଳରେ ପହଁଚିଲେ ଚିତ୍ରକୋଣ୍ଡା ବିଧାୟକ : ଧଳା ଧୋତି ପିନ୍ଧାଇ ଦେଖାଇଲେ ମାନବିକତା

ମାଥିଲି (ଶିବପ୍ରସାଦ ପରିଛା ବିଶେଷ ଖବର )

ମାଲକାନଗିରି ଜିଲ୍ଲା ବାଲିମେଳା ସହର ସ୍ଥିତ ଗୋପବନ୍ଧୁ ଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାରରେ ଆଜିକୁ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ନାରାୟଣ ହନ୍ତାଳ ନାମକ ଚିତ୍ରକୋଣ୍ଡା ଅଂଚଳର ଜଣେ ଅସହାୟ ବୃଦ୍ଧ ରହି ଆସୁଥିଲେ। ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟ ହୋଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ପରେ ବିଧାୟକ ପ୍ରତିନିଧି ଇସାକ୍ ଖୋସଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ବିଧାୟକ ଶ୍ରୀ ଖିଲ ଘଟଣା ସ୍ଥଳରେ ପହଞ୍ଚି ଅସହାୟ ବୃଦ୍ଧଙ୍କ ମର ଶରୀର ନିକଟକୁ ଯାଇ ତାକୁ ଧଳା ଧୋତି ପିନ୍ଧାଇ ଧୂପ ଦେଇ ନମସ୍କାର ହୋଇ ସମ୍ମାନ ଜଣାଇଥିଲେ। ଏବଂ କହିଥିଲେ ଯେ ବଞ୍ଚିଥିବା ବେଳେ ତ ବୃଦ୍ଧ ଜଣଙ୍କ ସମ୍ମାନ ପାଇ ପାରିଲାନି ତେଣୁ ବୃଦ୍ଧ ଙ୍କୁ ସମ୍ମାନ ପୂର୍ବକ ଧଳା ଧୋତି ଘୋଡାଇ କିପରି ତାର ଅନ୍ତିମ ସଂସ୍କାର ହେବ ସେନେଇ ସେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରାଙ୍କୁ ଫୋନ ଯୋଗେ ଜଣାଇଥିଲେ। ତେବେ ବୃଦ୍ଧଙ୍କର କିପରି ମୃତ୍ୟ ହେଲା ତାହା ସନ୍ଦେହଜନକ ହୋଇଥିବା ହେତୁ ଘଟଣା ସ୍ଥଳରେ ଓରକେଲ ଥାନା ଏଏସଆଇ ବିସି ମାଝୀ ଏବଂ ଏଏସଆଇ ସତଦଳ ମଣ୍ଡଳ ପହଞ୍ଚି ବୃଦ୍ଧ ଙ୍କ ମୃତ ଶରୀର କୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ମାଲକାନଗିରି କୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ହେବା ପରେ ଅସହାୟ ବୃଦ୍ଧଙ୍କ ମୃତ୍ୟ କିପରି ହେଲା ତାହା ଜଣା ପଡିବା ପରେ ହିଁ ବୃଦ୍ଧ ଜଣଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଓରକେଲ ପୋଲିସ ପକ୍ଷରୁ ସୂଚନା ମିଳିଛି।