ଅଂଶୁଘାତରେ ବନ ବିଭାଗର ପାରା କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ।

ଅଂଶୁଘାତରେ ବନ ବିଭାଗର ପାରା କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ।

ମାଥିଲି ,୨୩/୦୫/26 (ଶିବପ୍ରସାଦ ପରିଛା ବିଶେଷ ଖବର) 

ମାଲକାନଗିରି ଜିଲ୍ଲା ମାଥିଲି ବନାଞ୍ଚଳ ଅଧିନରେ କାର୍ଯ୍ୟରତ ପାରା କର୍ମଚାରୀଙ୍କ ଅଂଶୁଘାତରେ ମୃତ୍ୟୁ।ସୂଚନା ନେବାରୁ ଗୋବିନ୍ଦପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କମଳାପଦର ଗ୍ରାମର ଗୌରାଙ୍ଗ ପୂଜାରୀ ମାଥିଲି ବନାଞ୍ଚଳ ଅଧୀନରେ ମାଥିଲି ଠାରେ ବନ ବିଭାଗର ପାରା କର୍ମଚାରୀ ନିୟମିତ ଭାବରେ କାର୍ଯ୍ୟ କରି ଆସୁଥିଲେ।କିନ୍ତୁ ଗତକାଲି ସକାଳୁ ସକାଳୁ ନିଜର କାର୍ଯ୍ୟରେ ଯୋଗ ଦେଇ କାର୍ଯ୍ୟ ସରିବା ପରେ ଦିନ ଦଶରୁ ଏଗାରଟା ସମୟରେ ନିଜ ଘରକୁ ଫେରି ଯାଇଥିଲେ।ଘରକୁ ଫେରିବା ପରେ ଘରେ ଖାଇ ସାରିବା ପରେ ଏକ ଟାଙ୍ଗିଆ ଧରି ଜଙ୍ଗଲକୁ ବାହାରିଥିଲେ।ବାହାରକୁ ବାହାରିବା ପରେ କିଛି ସମୟ ପରେ ଗୌରାଙ୍ଗ ଚେତା ଶୂନ୍ୟ ହୋଇ ପଡି ଯାଇଛି ବୋଲି ଘରେ ଓ ଗ୍ରାମବାସୀ ଜାଣିବାକୁ ପାଇଥିଲେ।ତୁରନ୍ତ ଗୌରାଙ୍ଗ ନିକଟରେ ପହଞ୍ଚି ତାଙ୍କୁ ପ୍ରଥମେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ।ଗୌରଙ୍ଗର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ସଙ୍ଗେ ସଙ୍ଗେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆମ୍ବୁଲାନ୍ସ ଯୋଗେ ପଠେଇ ଦେଇଥିଲେ ଡାକ୍ତର।କିନ୍ତୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚିବା ପରେ ଡାକ୍ତର ମାନେ ପରୀକ୍ଷା ନିରୀକ୍ଷା କରିବା ପରେ ଗୌରଙ୍ଗକୁ ମୃତ ଘୋଷଣା କରିଥିଲେ ବୋଲି ମାଥିଲି ବନପାଳ ମୁରଲୀଧର ମହାରଣା ଆମକୁ ସୂଚନା ଦେଇଛନ୍ତି।କିନ୍ତୁ ପରିବାର ଲୋକେ କାର୍ଯ୍ୟରେ ଥିବା ସମୟରେ ଅଂଶୁଘାତ ଘଟିଥିଲା ବୋଲି ଅଭିଯୋଗ କରିଥିବା ବେଳେ ବିଭାଗୀୟ କର୍ମଚାରୀ କିନ୍ତୁ ଅଲଗା କହୁଛନ୍ତି।ଏହାରି ଭିତରେ ଗୌରଙ୍ଗର ମୃତ ଶରୀର କମଳାପଦର ଗ୍ରାମରେ ପହଂଚିବା ପରେ ମାଥିଲି ବନାଞ୍ଚଳ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ପରିବାର ଓ ଗ୍ରାମବାସୀ ଙ୍କ ସହ ଏକ ଶୋକାକୁଳ ପରିବେଷରେ ସତ୍କାର କାର୍ଯ୍ୟ ଶେଷ ହୋଇଥିଲା।