ଓଡ଼ିଶାରେ ବିକାଶର ଦୁଇ ବର୍ଷ: ସୁଶାସନ ଓ ଜନକଲ୍ୟାଣର ନୂଆ ଅଧ୍ୟାୟ,

ଓଡ଼ିଶାରେ ବିକାଶର ଦୁଇ ବର୍ଷ: ସୁଶାସନ ଓ ଜନକଲ୍ୟାଣର ନୂଆ ଅଧ୍ୟାୟ,

ଓଡ଼ିଶାରେ ବିକାଶର ଦୁଇ ବର୍ଷ: ସୁଶାସନ ଓ ଜନକଲ୍ୟାଣର ନୂଆ ଅଧ୍ୟାୟ, ବାଲେଶ୍ୱର, ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ୧୫/୦୬/୨୦୨୬:      ଆଜି ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ବୃହତ୍ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ରାଜ୍ୟ ସରକାରଙ୍କ ବିଗତ ଦୁଇ ବର୍ଷର ଉଲ୍ଲେଖନୀୟ ସଫଳତା ଓ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି।        ଏହି ସମ୍ମିଳନୀରେ ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ, ରେମୁଣା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ, ସିମୁଳିଆ ଶ୍ରୀଯୁକ୍ତ ପଦ୍ମ ଲୋଚନ ପଣ୍ଡା, ମାନ୍ୟବର ବିଧାୟକ, ସଦର ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ମାନ୍ୟବର ବିଧାୟିକା ବସ୍ତା ଶ୍ରୀମତୀ ସୁବାସିନୀ ଜେନା, ମାନ୍ୟବର ବିଧାୟକ ନୀଳଗିରି ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ, ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟ ବଂଶୀ ମୟୁର ବିକାଶ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ବିଜେପି ଜିଲ୍ଲା ସଭାପତି, ବାଲେଶ୍ୱର ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ବେହେରା, ଉତ୍ତର ବାଲେଶ୍ୱର ବିଜେପି ସଭାପତି ଡଃ ପ୍ରଦୀପ କୁମାର ପଣ୍ଡା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ମମତା ମହାପାତ୍ର ଓ ସୁଷମା ରାଣୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।       ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ, ଓଡ଼ିଶାରେ ବିଜେପି ସରକାରର ଦୁଇ ବର୍ଷର ଶାସନକାଳ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଏକ ଯୁଗାନ୍ତକାରୀ ସମୟ ସାବ୍ୟସ୍ତ ହୋଇଛି। ସେ କହିଛନ୍ତି, "ଆମ ସରକାର ମହିଳା ସଶକ୍ତିକରଣ, ଗରିବ କଲ୍ୟାଣ ଏବଂ ସାମାଜିକ �