ମାଥିଲି ବ୍ଲକ୍ର AEEଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ତଲାସି
ମାଥିଲି ବ୍ଲକ୍ର AEEଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ
ମାଥିଲି , ତା. ୨୭/୦୯: ମାଲକାନଗିରି ଜିଲ୍ଲା ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ
ମାଥିଲି ବ୍ଲକ୍ରେ କାର୍ଯ୍ୟରତ ତଥା ମାଲକାନଗିରି ଡିଆର୍ଡିଏରେ ସଂଲଗ୍ନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଶିଶିର କୁମାର ଦାଶଙ୍କ ସମ୍ପତ୍ତି ଉପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତଲାସି ଆରମ୍ଭ ହୋଇଛି।
ବ୍ରହ୍ମପୁରସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ୍ ବଳରେ ଆଜି ଭିଜିଲାନ୍ସର ଏକ ଟିମ୍ ତାଙ୍କ ସହ ସମ୍ପୃକ୍ତ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ମୋଟ ୬ଟି ସ୍ଥାନରେ ତଲାସି ଚଳାଇଛି।
ଭିଜିଲାନ୍ସ ଟିମ୍ରେ ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି।
ଭିଜିଲାନ୍ସ ପକ୍ଷରୁ ତଲାସି ଚାଲିଥିବା ୬ଟି ସ୍ଥାନ ମଧ୍ୟରେ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଚାରି ମହଲା କୋଠା, ବ୍ରହ୍ମପୁର ନୀଳାଚଳ ନଗରସ୍ଥିତ ଦୁଇ ମହଲା କୋଠା, ଗଞ୍ଜାମ ଜିଲ୍ଲା ବାସୁଦେବପୁର (ଗୋବରା)ସ୍ଥିତ ଏକ ଘର, ବ୍ରହ୍ମପୁର ଗଜପତି ନଗରସ୍ଥିତ ପୈତୃକ ଘର, ମାଲକାନଗିରିସ୍ଥିତ ଭଡ଼ା ଘର ଏବଂ ମାଲକାନଗିରି ଡିଆର୍ଡିଏ କାର୍ଯ୍ୟାଳୟରେ ଥିବା ତାଙ୍କ କାର୍ଯ୍ୟକକ୍ଷ ସାମିଲ ରହିଛି।
ତଲାସି ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସମ୍ପତ୍ତି ଓ ତଲାସି ସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
