କଙ୍କ।ଳ ଚିହ୍ନଟ କୁ ନେଇ ସନ୍ଦିହାନ ରେ ପୁଲିସ ଡି ଏନ ଏ ଟେଷ୍ଟ ରିପୋର୍ଟ ଫଏସଲ।

କଙ୍କ।ଳ ଚିହ୍ନଟ କୁ ନେଇ ସନ୍ଦିହାନ ରେ ପୁଲିସ ଡି ଏନ ଏ ଟେଷ୍ଟ  ରିପୋର୍ଟ ଫଏସଲ।

 ନୟାଗଡ ୨୩ ।୮ ଗତ ୧୯ତାରିଖ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ବେଣ୍ଟ ପଟାସ ଜଙ୍ଗଲ ନାଳରୁ ଏକ ନରକଙ୍କାଳ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଖବର ପ୍ରଚାରିତ ହେବା ପରେ କଙ୍କାଳ ନିକଟରୁ ମିଳିଥିବା ଡ୍ରେସ ଦେଖି ସ୍ଥାନୀୟ ଓସ୍ତପଡା ଗ୍ରାମର ପାଣୁ ସାହୁ କଙ୍କାଳଟି ତାଙ୍କ ପୁଅ କାଳିଆର ବୋଲି ଦାବି କରିଥିଲେ । ପରବର୍ତ୍ତି ସମୟରେ ଯାଜପୁର ଥାନା ଅଞ୍ଚଳର ରାଜେନ୍ଦ୍ର ମହାପାତ୍ର କଙ୍କାଳଟି ତାଙ୍କ ପୁଅ ଦିବ୍ଯପ୍ରକାଶଙ୍କର ବୋଲି ଦାବି କରିଥିଲେ ।

ଦିବ୍ଯ ସ୍ଥାନୀୟ ଅଞ୍ଚଳରେ ଏକ ଚିଙ୍ଗୁଡି ଫ୍ଯାକ୍ଟ୍ରୀରେ କାମ କରୁଥିବାବେଳେ ଗତ ୫ମାସ ତଳେ ନିଖୋଜ ଥିବା ରାଜେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ । ଗୋଟିଏ କଙ୍କାଳ ପାଇଁ ଦୁଇ ଦାବିଦାର ଆସିବା ପରେ ଉଭୟ ପରିବାର ସଦସ୍ୟଙ୍କର ଡିଏନଏ ଟେଷ୍ଟ ପାଇଁ ନମୁନା ପଠାଯାଇଥିବା ଶରଣକୂଳ ଏସଡିପିଓ ଆଜି ପ୍ରେସ୍ ମିଟ୍ କରି ସୂଚନା ଦେଇଛନ୍ତି । ରିପୋର୍ଟ ଆସିବା ପରେ କଙ୍କାଳ କାହାର ତାହା ଜଣା ପଡିବ ବୋଲି ସେ କହିଛନ୍ତି । ଏହାସହିତ ନରକଙ୍କାଳ ମିଳିବା ଘଟଣାରେ ମୃତ୍ଯୁର କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ଆଶୋକ କୁମାର ସ।ଥୁଆ, ଜିଲ୍ଲା ପ୍ରତିନିଧି ନୟାଗଡ଼