ତନ୍ତିଆପାଳ ମେରାଇନ୍ ଥାନା ର ସଫଳତା ।

ତନ୍ତିଆପାଳ  ମେରାଇନ୍ ଥାନା ର ସଫଳତା ।

ଗତ ତା 6.4.26 ରିଖ ବିଳମ୍ବିତ ରାତିରେ ବନ୍ଧପଡା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁର ପାଟଣା ଗ୍ରାମର ଅଙ୍କୁଶ ଜେନା ଓ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅଡରପଲି ଗ୍ରାମର ଝ।ଣ୍ଟୁ ଜେନା ଓ ତାଙ୍କର ସହଯୋଗୀ ମିଶି ଦୁଇଟା ହାଇବା ଟ୍ରକ ଅଟକାଇ ଡ୍ରାଇଭର ଓ ହେଲପର କୁ ମାରଣାସ୍ତ୍ର ରେ ମାଡ଼ ମାରି ବନ୍ଧୁକ ଦେଖାଇ ତାଙ୍କ ଠାରୁ ଚାଳିଶ ହଜାର ଟଙ୍କା ଟଙ୍କା ଓ ତିନୋଟି ମୋବାଇଲ ଛଡାଇ ନେଇଛନ୍ତି ଏଥିରେ ଡ୍ରାଇଭର ଆହତ ହୋଇଥିଲେ ଏହାକୁ ନେଇ ଉକ୍ତ ଡ୍ରାଇଭର ତନ୍ତିଆପାଳ ମେରାଇନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ, ଉକ୍ତ ଅଭିଯୋଗ କୁ ଭିତ୍ତି କରି ତନ୍ତିଆପାଳ ଥାନା ଅଧିକାରୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି, ଏହି ଘଟଣାରେ ଉପର ଲିଖିତ ଆସାମୀ ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ଓ ସେମାନଙ୍କ ଠାରୁ ମାରଣାସ୍ତ୍ର, କୋଡିଏ ହଜାର ଟଙ୍କା ଓ ଦୁଇଟା ମୋଟର ସାଇକେଲ ମଧ୍ୟ ଜବତ କରିଛି। ଥାନା ଅଧିକାରୀ ରତି ରଞ୍ଜନ ନାୟକ କହିଛନ୍ତି ଖୁବ ଶୀଘ୍ର ଅନ୍ୟ ଆସାମୀ ଧରା ଯିବ।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି କେନ୍ଦ୍ରାପଡ଼ା