କଙ୍ଗାରୁ କୋର୍ଟ ରେ ଦଣ୍ଡିତ ଗୋଟିଏ ପରିବାର କୁ ଗ୍ରାମବାସୀ ଙ୍କ ସଙ୍ଘବଦ୍ଧ ଆକ୍ରମଣ

କଙ୍ଗାରୁ କୋର୍ଟ ରେ ଦଣ୍ଡିତ ଗୋଟିଏ ପରିବାର କୁ ଗ୍ରାମବାସୀ ଙ୍କ ସଙ୍ଘବଦ୍ଧ ଆକ୍ରମଣ

ନୟାଗଡ ୫/୫ ଚାରି ଡ଼ିସିମିଲି ଗାଁ ଠାକୁର ଙ୍କ ଜାଗା ବାଡ଼ି ବିବାଦ କୁ ନେଇ ଗାଁ ରେ କଙ୍ଗାରୁ କୋର୍ଟ କରାଯାଇ ଗୋଟିଏ ପରିବାର କୁ ଦୁଇ ବର୍ଷ ହେଲା ବାସନ୍ଦ କରି ରଖିଛନ୍ତି ଗ୍ରାମବାସୀ l ବିଭିନ୍ନ ସମୟ ରେ ଗୋଟିଏ ପରିବାର କୁଗ୍ରାମବାସୀ ଙ୍କ ତରଫରୁ ଚାପ ପୟୋଗ କରାଯାଉଛି l କାଙ୍ଗାରୁ କୋର୍ଟ ରେ ନିଷ୍ପତି ପତ୍ର ରେ ସ୍ଵାକ୍ଷର କରିବା ପାଇଁ ଧମକ ଦିଆଯାଉଛି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଶରଣ କୁଳ ଥାନା ଅନ୍ତର୍ଗତ ଭାଲିଆଡ଼ିହି ପଞ୍ଚlୟତ ର ଜାମୁସାହି ଗ୍ରାମ ରେ l

ଉକ୍ତ ଗ୍ରାମ ର ବାବୁଲା ନାୟକ ଙ୍କ ୪ଡ଼ିସିମିଲଗାଁ ଠାକୁର ଙ୍କ ଜାଗା ବାଡ଼ି ବିବାଦ କୁ ନେଇ ଦୁଇ ବର୍ଷ ହେବ ଗ୍ରାମବାସୀ ବାସନ୍ଦ କରି ରଖିଛନ୍ତି l ବାବୁଲା ଙ୍କ ପରିବାର କୁ ଗାଁ ର ଯେ କେହି କଥା ବାର୍ତ୍ତା କରିବ ତାଙ୍କୁ ୫000 ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ନିୟମ ହୋଇଛି l ଏହାକୁ ନେଇ ଗାଁ ରେ ଚାପ ଉତ୍ତେଜନା ସୃଷ୍ଟି ହୋଇଛି l ହଠାତ ଗ୍ରାମବାସୀ ଆକ୍ରୋଶ ମୂଳକ ଭାବେ ବାବୁଲା ନାୟକ ଙ୍କ ପରିବାର କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରି ଘର ର ଆସବା ପତ୍ର ଭାଙ୍ଗିବା ସହିତ ଲୁଟି ନେଇଥିଲେ l ଏଥିରେ ବାବୁଲା ନାୟକ ଙ୍କ ପରିବାର ଆକ୍ରମଣ ର ଶିକାର ହୋଇ ପାଞ୍ଚ ଜଣ ଗୁରୁତର ହୋଇ ନୟାଗଡ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି l ଏ ଘଟଣା ରେ ଶରଣ କୁଳ ଥାନା ତଦନ୍ତ କରି ୯ ଜଣ କୁ ଥାନା ରେ ଅଟକ ରଖି ଅଧିକ ସନ୍ଧାନ ଜାରି ରଖିଛନ୍ତି ଏବଂ ଗ୍ରାମ ରେ ବିଶୃଙ୍ଖଳା କୁ ଲକ୍ଷ୍ୟ ରଖି ବ୍ୟାପକ ପୁଲିସ ମୁତ୍ତୟନ କରାଯାଇଥିବା ସୂଚନା ରୁ ପ୍ରକାଶ l

ନୟାଗଡ ରୁ ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର