କନ୍ଧମାଳ ମେଡିକାଲ କଲେଜ ଓ ଚିକିତ୍ସାଳର ନାମ ପରିବର୍ତନକୁ କନ୍ଧମାଳ ଜ଼ିଲ୍ଲା ମିଳିତ ମଞ୍ଚର ବିରୋଧ l

କନ୍ଧମାଳ ମେଡିକାଲ କଲେଜ ଓ ଚିକିତ୍ସାଳର ନାମ ପରିବର୍ତନକୁ କନ୍ଧମାଳ ଜ଼ିଲ୍ଲା ମିଳିତ ମଞ୍ଚର ବିରୋଧ l

ଫୁଲବାଣୀ -୨୯. ୭. ୨୬- ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ଉତ୍ତମମାନର ଚିକିତ୍ସାପାଇଁ କନ୍ଧମାଳ ବାସୀଙ୍କ ଜ଼ିଲ୍ଲାରେ ଏକ ମେଡିକାଲ କଲେଜ ଓ ଚିକିତ୍ସାଳୟ ପାଇଁ ଦାବିଉପସ୍ଥାପନା କରାଯାଇଥିଲା l ପୂର୍ବତନ ସରକାର ଜ଼ିଲ୍ଲା ପାଇଁ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ମଞ୍ଜୁର କରିଥିଲେ l କିନ୍ତୁ ବର୍ତମାନର ସରକାର ତରବରିଆ ଭାବରେ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କନ୍ଧମାଳ ବୋଲି ନାମିତ କରି ଉଦଘାଟନ କରିଥିଲେ l ବର୍ତମାନ ସରକାର ୨୭. ୭. ୨୬ ରିଖ? କନ୍ଧମାଳ ମେଡିକାଲ କଲେଜ ଓ ହସ୍ପିଟାଲ ନାମ ପରିବର୍ତନ କରି ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ନାମରେ ଘୋଷଣା କନ୍ଧମାଳ ବାସୀଙ୍କୁ ଘୋର ଆଘାତ ଦେଇଛି l

  ଏହାକୁ ବିରୋଧ କରି କନ୍ଧମାଳ ଜ଼ିଲ୍ଲା ମିଳିତ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକସମ୍ମିଳନୀ ଫୁଲବାଣୀ ପ୍ରେସ କ୍ଳବ ରେ ଆୟୋଜିତ କରି । ସରକାର ଯେଉଁ କନ୍ଧମାଳ ମେଡିକାଲ କଲେଜର ନାମ ପରିବର୍ତ୍ତନ କରି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ନାମ ଘୋଷଣା କରିଛନ୍ତି ତାକୁ ପତ୍ୟାହାର କରନ୍ତୁ କାରଣ କନ୍ଧମାଳ ଜିଲ୍ଲାରେ ୫୩ ପ୍ରତିଶତ ଥିବା ଆଦିବାସୀ ବହୁଳ ଅଞ୍ଚଳ । କନ୍ଧମାଳ ଜିଲ୍ଲାପାଇଁ ଲକ୍ଷ୍ମଣାନନ୍ଦଙ୍କର କୋଣସି ଅବଦାନ ନାହିଁ । ନାମ ପରିବର୍ତନ ପାଇଁ ଆମେ ମିଳିତ ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳକୁ ଏକ ଦାବିପତ୍ର ଦେବୁ । ଆମର ଦାବିକୁ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଶୁଣିବେ ବୋଲି ଆମର ବିଶ୍ୱାସ ଅଛି । ସରକାରୀ ଭାବେ ଜାରିକରାଯାଇଥିବା ନିର୍ଦେଶାନାମା ତୁରନ୍ତ ରଦ କରାଯାଉ ଏଂବ ସର୍ବ ଗ୍ରହଣୀୟ ନାମ ଅନୁସାରେ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କନ୍ଧମାଳ, ଫୁଲବାଣୀ ନାମରେ ନାମିତ କରାଯାଉ ବୋଲି ଦାବି କରିଥିଲେ l ସରକାର ଯଦି ଆମର ଦାବିକୁ ନ ଶୁଣନ୍ତି ତାହେଲେ ଆଗାମି ଦିନରେ ଗୋଟିଏ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି କହିଛନ୍ତି ମିଳିତ ମଞ୍ଚର ଉପଦେଷ୍ଟା ତଥା କୁଇ ନେତା,ବରିଷ୍ଠ ଆଇନଜୀବି ଶ୍ରୀ ଲମ୍ବୋଦର କହଁର ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଜଳେଶପଟ୍ଟା ସ୍ଥିତ ବେସରକାରୀ ସଂସ୍ଥାକୁ ସରକାରୀ କୋଷରୁ ଅର୍ଥ ଖର୍ଚ୍ଚ କରାନଯାଇ ସରକାରୀ ବିଦ୍ୟାଳୟ ଗୁଡିକର ଉର୍ନତି କରଣରେ ସେହି ପାଣ୍ଠିକୁ ବିନିଯୋଗ କରାଯାଉ ବୋଲି ସରକାରଙ୍କୁ ଅବଗତ କରିଥିଲେ l ଆସନ୍ତା ପନ୍ଧର ଦିନ ମଧ୍ୟରେ ସ୍ଥାୟୀ ସମାଧାନ ନ କରାଗଲେ ଏହି ବିରୋଧ ତୀବ୍ରରୂପ ପ୍ରଦର୍ଶନ ହେବ ଯାହାର ପରିଣାମ ରୂପେ ରାଜ୍ୟ ସରକାର ଦାଇରହିବେ ବୋଲି କନ୍ଧମାଳ ଜ଼ିଲ୍ଲା ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦେଇଥିଲେ l ଉକ୍ତ ବୈଠକରେ ମିଳିତ ମଞ୍ଚର ସଭାପତି ସମୀର ଘଟାଲ,କୁଇ ସମନ୍ନୟ କମିଟିର ଆବାହକ ତଥା କନ୍ଧମାଳ ଜ଼ିଲ୍ଲା ମିଳିତମଞ୍ଚର ଉପଦେଷ୍ଟା ଶ୍ରୀ ଲମ୍ବୋଦର କହିଁର,କୁଇ ସମାଜସେବା ସମିତି ରମାକାନ୍ତ ମଲ୍ଲିକ,କାର୍ଯ୍ୟକାରି ସଭାପତି ଶ୍ରୀ ପଞ୍ଚାନନ କହଁର,ଆଦିବାସୀ ମହାସଂଘ କାର୍ଯ୍ୟକାରୀ ସଦସ୍ୟ ମନୋଜ କୁମାର ପ୍ରଧାନ,ଗୌତମ ପ୍ରଧାନ ଏଂବ ଜ଼ିଲ୍ଲା ମିଳିତ ମଞ୍ଚର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ l