କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ରେ ବିଡ଼ିଓ ନମିତା ବାରିକ୍ ଙ୍କି ନେଇ ଘଟିଥିବା ଅଭାବନୀୟ ଘଟଣା

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ରେ ବିଡ଼ିଓ ନମିତା ବାରିକ୍ ଙ୍କି ନେଇ ଘଟିଥିବା ଅଭାବନୀୟ ଘଟଣା

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ରେ ବିଡ଼ିଓ ନମିତା ବାରିକ୍ ଙ୍କି ନେଇ ଘଟିଥିବା ଅଭାବନୀୟ ଘଟଣା ରେ ଡେରାବିଶ ବ୍ଳକ୍ କର୍ମଚାରୀ କଲମ ଛାଡ଼ ଆନ୍ଦୋଳନ କରିଥିଲେ । ପାଟକୁରାର ବିଧାୟକ ଅରବିନ୍ଦ ମହାପାତ୍ର ବ୍ଳକ୍ ଯାଇଁ ବ୍ଲକ୍ କର୍ମଚାରୀମାନଙ୍କୁ ଆନ୍ଦୋଳନକୁ ଉଠାଇ ଥିଲେ। କାରଣ ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲାର ୪ଟି ବ୍ଲକ୍ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି । ବର୍ତ୍ତମାନ ଜିଲ୍ଲାପାଳ ରଘୁରାମ ଆୟାର ସେ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ବନ୍ୟା ପରିସ୍ଥିତି ସୁଧାର ଆସିଲେ ସେ ଜିଲ୍ଲାପାଳଙ୍କ ସହିତ କଥା ହେବେ । ବର୍ତ୍ତମାନ ଜନ ସାଧାରଣଙ୍କ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି । ତେଣୁ କଲମ ଛାଡ ଆନ୍ଦୋଳନରୁ ଓହରି ଯାଇ ସେମାନେ ପୂର୍ବ ପରୀ କାର୍ଯ୍ୟରେ ଯୋଗଦେବାକୁ ବିଧାୟକ କହିଥିଲେ । ତାଙ୍କର ଦାବୀ ପୂରଣ କରିବା ପାଇଁ ବିଧାୟକ କହିଥିଲେ ।

ବିଧାୟକଙ୍କ କଥାକୁ ଗୁରୁତ୍ତ୍ଵ ଦେଇ ବ୍ଲକ୍ କର୍ମଚାରୀ ମାନେ ପୁନଶ୍ଚ କାର୍ଯ୍ୟରେ ଯୋଗ ଦେଇଥିଲେ । ସେଥିପାଇଁ ବିଜେପିର କିଛି କର୍ମୀ ବିଧାୟକଙ୍କର ବୟାନର ଅନ୍ୟ ଅର୍ଥ ବାହାର କରି ତାଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ । ଏହି ଘଟଣାରେ ବିଧାୟକଙ୍କର କିଛି ସମର୍ଥକ ଏହାକୁ ଦୃଢ଼ ପ୍ରତିରୋଧ କରିଛନ୍ତି । ବିଧାୟକ ତାଙ୍କର କାର୍ଯ୍ୟକ୍ରମ ଠିକ୍ ବୋଲି କହିଛନ୍ତି । ବିଜେପିର ବଡ଼ ନେତାମାନେ ଚୁପ ବସିଥିବା ବେଳେ ତଳ ସ୍ତରର କର୍ମଚାରୀ ଏହି ଭଳି କାଣ୍ଡ କରୁଛନ୍ତି । ଏହାଦ୍ୱାରା ବିଧାୟକଙ୍କର କିଛି ଅସୁବିଧା ହେବନି ବରଂ ବିଜେପି କର୍ମୀଙ୍କର କାର୍ଯ୍ୟରେ ବାଧା ହେବ ବୋଲି ବିଧାୟକଙ୍କ ସମର୍ଥକ ମାନେ ବୟାନ ନେଇଛନ୍ତି ।