କେନ୍ଦ୍ରାପଡ଼ା ଜିଲ୍ଲା ରେ ଦୁର୍ନୀତି ଚରମ ସୀମା ରେ ,ଏପଟେ କର୍ମଚାରୀ ଦୁର୍ନୀତି ନିବାରଣ ସପ୍ତାହ ରେ କରୁଛନ୍ତି ଶପଥ ପାଠ।।

କେନ୍ଦ୍ରାପଡ଼ା ଜିଲ୍ଲା ରେ  ଦୁର୍ନୀତି ଚରମ ସୀମା ରେ ,ଏପଟେ  କର୍ମଚାରୀ ଦୁର୍ନୀତି ନିବାରଣ ସପ୍ତାହ  ରେ କରୁଛନ୍ତି ଶପଥ ପାଠ।।

କେନ୍ଦ୍ରାପଡ଼ା, ତାରିଖ: ୨୬ ଅକ୍ଟୋବର ୨୦୨୬

ଦୁର୍ନୀତି ନିବାରଣ ସପ୍ତାହ (୨୬ ଅକ୍ଟୋବରରୁ ୧ ନଭେମ୍ବର ୨୦୨୬) ପାଳନ ଅବସରରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସାଧୁତା, ସଚ୍ଚୋଟତା, ସ୍ୱଚ୍ଛତା ଓ ଦୁର୍ନୀତିମୁକ୍ତ ପ୍ରଶାସନ ପ୍ରତି ପ୍ରତିବଦ୍ଧତା ଜଣାଇ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ, ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟଗୁଡ଼ିକରେ ଅଧିକାରୀ ଓ କର୍ମଚାରୀମାନେ ସମୂହ ଶପଥ ଗ୍ରହଣ କରିଥିଲେ। ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା, ନିଜ ଦାୟିତ୍ୱକୁ ନିଷ୍ଠାର ସହ ନିର୍ବାହ କରିବା ଏବଂ ଦୁର୍ନୀତି ବିରୋଧରେ ଦୃଢ଼ ମନୋଭାବ ପୋଷଣ କରିବା ଏହି ଶପଥପାଠର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁତା ଓ ସ୍ୱଚ୍ଛତାର ଶପଥପାଠ କରାଇଥିଲେ। ଏହି ସମୟରେ ସମସ୍ତେ ସରକାରୀ କାର୍ଯ୍ୟ ସମ୍ପାଦନରେ ସଚ୍ଚୋଟତା, ନିରପେକ୍ଷତା ଓ ଦାୟିତ୍ୱବୋଧକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ଦୁର୍ନୀତିରୁ ଦୂରେଇ ରହିବା ଏବଂ ଏକ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଗଠନ ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।

ଦୁର୍ନୀତି ନିବାରଣ ସପ୍ତାହର ମୂଳ ଲକ୍ଷ୍ୟ ହେଉଛି ସରକାରୀ ଓ ସାର୍ବଜନୀନ ଜୀବନରେ ସାଧୁତାର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା, ଦୁର୍ନୀତିର କୁପରିଣାମ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ପ୍ରତ୍ୟେକ ସ୍ତରରେ ଦାୟିତ୍ୱପୂର୍ଣ୍ଣ ଆଚରଣକୁ ସୁନିଶ୍ଚିତ କରିବା। ସରକାରୀ ସେବା ପ୍ରଦାନରେ ସ୍ୱଚ୍ଛତା, ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱ ଏବଂ ନିୟମ ଅନୁଯାୟୀ କାର୍ଯ୍ୟ ସମ୍ପାଦନ ଦ୍ୱାରା ପ୍ରଶାସନ ଉପରେ ଜନସାଧାରଣଙ୍କ ଆସ୍ଥାକୁ ଆହୁରି ଦୃଢ଼ କରାଯାଇପାରିବ।

ଦୁର୍ନୀତିମୁକ୍ତ ସମାଜ ଗଠନ କେବଳ ପ୍ରଶାସନର ଦାୟିତ୍ୱ ନୁହେଁ; ଏଥିପାଇଁ ସମାଜର ପ୍ରତ୍ୟେକ ବର୍ଗର ସକ୍ରିୟ ସହଯୋଗ ଓ ସଚେତନତା ଆବଶ୍ୟକ। ତେଣୁ ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜ ଦୈନନ୍ଦିନ କାର୍ଯ୍ୟରେ ସାଧୁତା ଓ ନୈତିକତାକୁ ଅନୁସରଣ କରିବା ସହ ଦୁର୍ନୀତି ବିରୋଧରେ ସଚେତନ ରହିବା ଏବଂ ଏକ ସ୍ୱଚ୍ଛ, ନିରପେକ୍ଷ ଓ ଜନକଲ୍ୟାଣକାରୀ ପ୍ରଶାସନ ଗଠନରେ ଅବଦାନ ରଖିବା ଏହି ସପ୍ତାହ ପାଳନର ମୁଖ୍ୟ ବାର୍ତ୍ତା। ଜିଲ୍ଲା ରେ ସବୁ ବ୍ଲକ୍ ର ସବୁ ବିଭାଗ ରେ ଦୁର୍ନୀତି ହେଉଥିବା ବେଳେ ସବୁ ବିଭାଗ ର ଅଫିସର ଓ କର୍ମ ଚାରି ଦୁର୍ନୀତି ସପ୍ତାହ ରେ ଶପଥ ନେବା ରେ ଜିଲ୍ଲା ବାସୀ ଙ୍କୁ ଆଶ୍ଚର୍ଯ୍ୟ ଲାଗିଛି।

ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା