ମାଥିଲି ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୮୭% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଣିଜ୍ୟରେ ୮୧% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ବିଜ୍ଞାନରେ ୯୧%ପାସହାର ରହିଛି

ମାଥିଲି ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୮୭% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଣିଜ୍ୟରେ ୮୧% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ବିଜ୍ଞାନରେ ୯୧%ପାସହାର ରହିଛି

ମାଥିଲି, (ଶିବପ୍ରସାଦ ପରିଛା ବିଶେଷ ଖବର) ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ରେ ଏକ ମାତ୍ର ଉଚ୍ଚ ମାଧ୍ୟମିକ କଳା ବିଦ୍ୟାଳୟରେ ଚଳିତ ବର୍ଷ ଯୁକ୍ତ-୨ କଳା ରେ ୮୭% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି।ଚଳିତ ବର୍ଷ ଯୁକ୍ତ-୨ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମଧ୍ୟରୁ ୫୭ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୭୨ଜଣ ଦ୍ୱିତୀୟ ଶ୍ରେଣୀରେ ୨୪୮ଜଣ ତୃତୀୟ ଶ୍ରେଣୀ ରେ ବିଦ୍ୟାର୍ଥୀ ମାନେ ଉତ୍ତୀର୍ଣ୍ଣ ହୋଇଛନ୍ତି।ପ୍ରଥମ ଶ୍ରେଣୀର ୫୭ଜଣଙ୍କ ମଧ୍ୟରୁ ବିଗନେଶ ଅନୁଗୁଳିଆ -୫୧୩ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରି ମାଥିଲି ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନାମ ଟେକ ରଖିଛନ୍ତି।ସେହିପରି ଚଳିତ ବର୍ଷ ଯୁକ୍ତ-୨ ବାଣିଜ୍ୟରେ ୮୧ ପ୍ରତିଶତ ପାସ ହାର ରହିଛି ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀରେ ୭ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୬ଜଣ ତୃତୀୟ ଶ୍ରେଣୀରେ ୫୫ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବିଦ୍ୟାଳୟ ରେ ସୁରୋଜ ଖୁଡୁପିଆ ୫୦୩ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ବିଜ୍ଞାନ ର ପ୍ରଥମ ବର୍ଷ ରେ ୯୧ ପ୍ରତିଶତ ପାସ ହାର ରହିଛି ପ୍ରଥମ ଶ୍ରେଣୀରେ ୧୭ଜଣ ଦ୍ବିତୀୟ ଶ୍ରେଣୀରେ ୪୩ଜଣ ତୃତୀୟ ଶ୍ରେଣୀ ରେ ୧୭ଜଣ ପ୍ରଥମ ଶ୍ରେଣୀର ୧୭ଜଣଙ୍କ ମଧ୍ୟରୁ ସୁନେନା ଅନୁଗୁଳିଆ -୪୮୮ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁବ୍ରତ କୁମାର ଭଦ୍ର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।