କେନ୍ଦ୍ରାପଡ଼ା ଜିଲ୍ଲା ରେ ବନ୍ୟା ପରେ ପାଣି ସମସ୍ୟା ,ବନ୍ୟା ପାଣି ପିଇ ବଞ୍ଚୁଛି ଜୀବନ।
କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ରାଜନଗର,ରାଜକନିକା ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବନ୍ୟା ବିପନ୍ନ। ଦୀର୍ଘ ବର୍ଷ ହେଲେ ବନ୍ୟାକୁ ଖାତିର କରୁନଥିଲେ ଲୋକେ କାରଣ ସେତେବେଳେ ବାତ୍ୟା, ବନ୍ୟା ଆସିବା ଆଗରୁ ସଜାଗ ରହୁଥିଲେ। ଜିରୋ କାଜୁର୍ଲଟି କୁ ଦୃଷ୍ଟିରେ ରଖି ଲୋକମାନେ କିପରି ନିଜ ଜୀବନ ବଞ୍ଚାଇବା ସହ ଘରେ ରହି ବନ୍ୟା, ବାତ୍ୟାକୁ ମୁକାବିଲା କରିବେ ସେ ଦିଗରେ ସରକାର ଦାୟିତ୍ୱବାନ ରହୁଥିଲେ। ଲୋକେ ଏବେ ପିଇବା ପାଇଁ ପାଣିଟିକେ ପାଉନାହାନ୍ତି। ବନ୍ୟା ପାଣି ପିଇ ଜୀବନ ବଞ୍ଚାଉଛନ୍ତି ଲୋକେ। ବନ୍ୟା ଛାଡ଼ିବା ପରେ ଏବେ ବହୁ ପଞ୍ଚାୟତ ରେ ପିଇବା ପାଣି ଆସି ପାରୁ ନାହିଁ।
ସେଥି ଲାଗି ବହୁ ଯାଗାରେ ଜନସାଧାରଣ ବନ୍ୟା ପିଇବା ପାଣି ବ୍ୟବହାର କରୁଛନ୍ତି।ଯଦି ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ର ସବୁ ବ୍ଲକ୍ ପ୍ରଶାସନ ନଜର ନ ଦେବେ ଆଗାମୀ ଦିନ ରେ ଏହି ଦୂଷିତ ବନ୍ୟା ପାଣି ପିଇ ଜନସାଧାରଣ ଝାଡ଼ା ଓ ବାନ୍ତି ରେ ପଡ଼ିବା ଥୟ। ଖୁବ୍ ଶୀଘ୍ର ଜିଲ୍ଲା ପ୍ରଶାସନ ଜଳ ବିଭାଗ କୁ ଜଣାଇ ଶୀଘ୍ର କେମିତି ପାଇପି ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦେଇ ହେବ ସେଥି ପ୍ରତି ଦୃଷ୍ଟି ଦେବା ଉଚିତ୍।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
