କ୍ଲାସ୍‌ ଚାଲିଥିବା ବେଳେ ଛାତରୁ ଖସିଲା କଂକ୍ରିଟ୍‌, ଆହତ ଛାତ୍ର ମୁଣ୍ଡରେ ୫ଟି ଷ୍ଟିଚ୍‌; ଚିକିତ୍ସା ପରେ ବିପଦମୁକ୍ତ

କ୍ଲାସ୍‌ ଚାଲିଥିବା ବେଳେ ଛାତରୁ ଖସିଲା କଂକ୍ରିଟ୍‌, ଆହତ ଛାତ୍ର ମୁଣ୍ଡରେ ୫ଟି ଷ୍ଟିଚ୍‌; ଚିକିତ୍ସା ପରେ ବିପଦମୁକ୍ତ

ମାଥିଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା, ବ୍ଳକ ଶ୍ରେଣୀଗୃହରେ ପାଠପଢ଼ା ଚାଲିଥିବା ସମୟରେ ଛାତରୁ କଂକ୍ରିଟ୍‌ ଖସିପଡ଼ି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି। ଏଭଳି ଅଘଟଣ ଚିତ୍ରକୋଣ୍ଡାସ୍ଥିତ ପିଏମ୍‌ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଘଟିଛି।
ସୂଚନା ଅନୁସାରେ, ଗୁରୁବାର ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ ଶ୍ରେଣୀଗୃହର ଛାତରୁ କଂକ୍ରିଟ୍‌ର ଏକ ଅଂଶ ଖସି ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କ ଉପରେ ପଡ଼ିଥିଲା। ଫଳରେ ଛାତ୍ରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ମୁଣ୍ଡରେ ୫ଟି ଷ୍ଟିଚ୍‌ ପଡ଼ିଥିବା ଜଣାପଡ଼ିଛି।
ଡାକ୍ତରଙ୍କ ସୂଚନା ଅନୁସାରେ, ଆହତ ଛାତ୍ରଙ୍କ ପ୍ରତି ବର୍ତ୍ତମାନ କୌଣସି ବିପଦ ନାହିଁ ଏବଂ ତାଙ୍କର ଚିକିତ୍ସା ଚାଲିଛି।
ବିଦ୍ୟାଳୟରେ ପାଠପଢ଼ା ସମୟରେ ଏଭଳି ଘଟଣା ଘଟିବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ବିଦ୍ୟାଳୟ ଭବନର ସୁରକ୍ଷା ବ୍ୟବସ୍ଥା ସହ ଛାତର ସ୍ଥିତି ଯାଞ୍ଚ କରାଯାଇ ଆବଶ୍ୟକ ମରାମତି କରିବାକୁ ଦାବି ହୋଇଛି। ଭବିଷ୍ୟତରେ ଏଭଳି ଅଘଟଣ ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି।

(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)