ଖଇରା ବ୍ଲକ ଅଧୀନ କଇଥଗଡ଼ିଆ ରେ ଅନୁଷ୍ଠିତ ହୋଇଛି ପବିତ୍ର ବାହୁଡା଼ଯାତ୍ରା|
ଖଇରା ବ୍ଲକ ଅଧୀନ କଇଥଗଡ଼ିଆ ରେ ଅନୁଷ୍ଠିତ ହୋଇଛି ପବିତ୍ର ବାହୁଡା଼ଯାତ୍ରା, ବଳଭଦ୍ର ଜୀଉ କମିଟର ସଭାପତି ଅମନ ଚରଣ ଜେନା, ମନ୍ଦିର ପୂଜକ ଶ୍ରୀ ସିପୁନ ତୀହାଡୀ ଙ୍କ ନେତୃତ୍ୱ ରେ ହୋଇଛି ସମାପନ ପବିତ୍ର ବାହୁଡା଼ ଯାତ୍ରା, କଇଥ ଗଡିଆ ଗାଁ ର ଜଗା ସେବକ ଙ୍କ ସହଯୋଗ ଓ ଉପସ୍ଥିତ ସମସ୍ତ ଭକ୍ତ ଙ୍କ ସହଯୋଗ ରେ ହୋଇଛି ପବିତ୍ର ବାହୁଡା଼ ଯାତ୍ରା, ପରମେଶ୍ୱର ବାରିକ ଘର ଠାରୁ ଶୋଭା ଯାତ୍ରା ହୋଇଛି|
ରାଉତ ସାହି ଦେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରବେଶ କରିଥିଲେ ବଡ଼ଭାଇ ଶ୍ରୀ ବଲଭଦ୍ରଜୀଉ, ଭଉଣୀ ସୁଭଦ୍ରା, ସାନ ଭାଇ ଶ୍ରୀ ଜଗନ୍ନାଥ, ଓ ଶ୍ରୀ ଦଧି ବାମାନ ଜୀଉ, ସନ୍ଧ୍ୟା 6 ଟା 15 ରେ ପ୍ରବେଶ କରିଥିଲେ ମନ୍ଦିର, ଗାଁ ଓ ଅଂଚଳ ର ଭକ୍ତ ମନେ ଉପସ୍ଥିତ ରହିଥିଲେ, ବହୁ ଆଡ଼ମ୍ବର ପୂର୍ଣ୍ଣ ହୋଇଛି ନାଚ ଓ ମୃଦଙ୍ଗ, ଢୋଲ, ବଂଶୀ ର ସୋର ମନମୁଗ୍ଧକର ହୋଇଛି|


admin 
