ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ l

ସର୍ଚ୍ଚ ଅପରେସନ ସମୟରେ  ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ  l

Date -୩୧. ୩. ୨୬

Place -କନ୍ଧମାଳ Anchor -କନ୍ଧମାଳ ଜ଼ିଲ୍ଲାକୁ ମାଓମୁକ୍ତ କରିବା ପାଇଁ କନ୍ଧମାଳ ଏସପି ହରିଶ ବିସିଙ୍କ ନିର୍ଦେଶ କ୍ରମେ ମାଓ ଅପରେସନକୁ ଜୋର ଜାର କରାଯାଇଥିବା ବେଳେ କନ୍ଧମାଳ ଜ଼ିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ସୁରକ୍ଷାବଳକୁ ଏକ ବଡ଼ ଧରଣର ସଫଳତା ମିଳିଛି । ଗୁପ୍ତ ସୂଚନା ଆଧାରରେ କରାଯାଇଥ‌ିବା ଏକ ଅପରେସନ ବେଳେ ମାଓବାଦୀମାନେ ଲୁଚାଇ ରଖିଥ‌ିବା ବିପୁଳ ପରିମାଣର ଅସ୍ପୃଶସ୍ତ୍ର , ଗୁଳିଗୋଳା ଏବଂ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ ବଡ଼ ଷଡ଼ଯନ୍ତ୍ର ପଣ୍ଡ ହୋଇଥ‌ିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଗତ ୨୯.୦୩.୨୦୨୬ ରିଖରେ SOG ଏବଂ DVF ଯବାନ ମାନଙ୍କ ଦ୍ବାରା ଦାରିଙ୍ଗବାଡ଼ି ଥାନା ଅଧୀନ ପାକାରୀ, ବାବୁଟି , ଜମାବାଡ଼ି ଓ ମାଟାବାଡ଼ି ଗ୍ରାମ ନିକଟସ୍ଥ 

ଜଙ୍ଗଲରେ କୁଂପି ଅପରେସନ କରୁଥିବା ବେଳେ ମାଟାବାଡ଼ି ଗ୍ରାମ ନିକଟରେ ଥିବା ଏକ ଗୁମ୍ଫା ମଧ୍ୟରେ ମାଓବାଦୀମାନେ ଏହି ସବୁ ସାମଗ୍ରୀ ଲୁଚାଇ ରଖିଥିଲେ ।

ଜବତ ସାମଗ୍ରୀର ମଧ୍ୟରୁ ଗୋଟିଏ SLR ରାଇଫଲ୍, ଗୋଟିଏ ୩୦୩ ରାଇଫଲ୍, ୨ଟି ୧୨ ବୋର ଗନ୍, ୨ଟି SBGL ରାଇଫଲ୍ ଏବଂ ଗୋଟିଏ ଦେଶୀ ବନ୍ଧୁକ।

 ୭୯ ରାଉଣ୍ଡ ଜୀବନ୍ତ ଗୁଳି, ୧୦ଟି SBGL ଗ୍ରେନେଡ୍‌ ଏବଂ ୩୦ଟି ଇଲେକ୍ଟିକ୍ ଡେଟୋନେଟର।

 ୫ଟି ବାଓଫେଙ୍ଗ ୱାକି-ଟକି, ୩ଟି ସୋଲାର ପ୍ୟାନେଲ୍ ଏବଂ ୨ଟି ଟର୍ଚ୍ଚ ଲାଇଟ୍। ୫୦ କିଲୋ ଚାଉଳ, ୩ କିଲୋ ଡାଲି ସମେତ ଔଷଧ ଏବଂ ରୋଷେଇ ବାସନ ।

ମାଓବାଦୀମାନେ କୌଣସି ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ଏହି ଅସ୍ତ୍ର ଭଣ୍ଡାର ପ୍ରସ୍ତୁତ କରିଥିବା ସନ୍ଦେହ କରାଯାଉଛି। ଘଟଣାସୁଳରୁ ବହୁ ପରିମାଣର ମାଓ ସାହିତ୍ୟ ମଧ୍ୟ ଜବତ ହୋଇଛି। ବର୍ତ୍ତମାନ ଯବାନଙ୍କ ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି ହରିଶ ବିଶି । ଏଂବ ହିଂସାତ୍ମକ ମନଭାବ ଛାଡ଼ି ସରକାରଙ୍କ ଯେଉଁ ସରେଣ୍ଡରେ ପଲିସ ରହିଛି ସେଥିରେ ସାମିଲ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ମାଓବାଦୀ ମାନଙ୍କୁ ଆହ୍ୱାନ କରିଛନ୍ତି ଏସପି ହରିଶ ବିଶି l

Report ଶିବ ପ୍ରାସାଦ ନାୟକ ବିଶେଷ ଖବର