ଖରାର ତାତି ରେ ସାରା ଜୀବ ଜଗତ ଅସ୍ତବ୍ୟସ୍ତ .
ଖରାର ତାତି ରେ ସାରା ଜୀବ ଜଗତ ଅସ୍ତବ୍ୟସ୍ତ , ଟିକେ ଛାଇ ପାଇବା ପାଇଁ ସବୁ ଖୋଜି ବୁଲୁଛନ୍ତି । ଆଜିର ଆଧୁନିକ ଯୁଗରେ ଆମେମାନେ ଘରୁ ବାହାରିଲେ ଯାନ ବାହାନ ନିହାତି ଆବଶ୍ୟକ ହୋଇ ଯାଇଛି ସେଥିପାଇଁ ସମସ୍ତ ଗାଡି ଚାଳକ ଭାଇମାନଙ୍କୁ ଅନୁରୋଧ ଗାଡି ଚଲାଇବା ପୂର୍ବରୁ ଗାଡି ତଳ ଟିକେ ଭଲସେ ଦେଖି ନିଅନ୍ତୁ । କାରଣ କୋଉ ପଶୁ କାଳେ ଟିକେ ଛାଇ ପାଇଁ ଆଶ୍ରୟ ନେଇ ଯାଇଥିବ ଆଉ ଆମର ଟିକେ ଅସାବଧାନତା ପାଇଁ କାହାର ଜୀବନ ଟା ଚାଲିଯିବ ।
