ଗୁଣପୁର ଦିବ୍ୟଦର୍ଶନ ଆଶ୍ରମର ୧୩ ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବର ରେ ପାଳିତ .

ଗୁଣପୁର ଦିବ୍ୟଦର୍ଶନ ଆଶ୍ରମର ୧୩ ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବର ରେ ପାଳିତ .
ରାୟଗଡା ଜିଲ୍ଲା ଗୁଣପୁର ଠାରେ ପ୍ରତିଷ୍ଠିତ ଆଶ୍ରମ (ଜ୍ଞାନ ମନ୍ଦିର) ର ତେରତମ ପ୍ରତିଷ୍ଠା ଉତ୍ସବ ବହୁ ଆଡମ୍ବରରସହ ସଂଘର ସେଣ୍ଟ୍ରାଲ ସଭାପତି ପୂଜ୍ୟ ରବିନ୍ଦ୍ରନାଥ ଭାଇ, ଉପ ସଭାପତି ପୂଜ୍ୟ ବିଶ୍ୱନାଥ ଭାଇ, ସଂପାଦକ ପୂଜ୍ୟ କେଶବ ଭାଇ, ସହ ସଂପାଦକ ପ୍ରଭାକର ଭାଇ, ଅଇତାପଲ୍ଲି ଶାଖା ମୁଖ୍ୟ ତଥା କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ସୁରେଶ ଭାଇ, ଅନ୍ତରଝୋଲି ଆଶ୍ରମ ପରିଚାଳକ ତଥା ସେଣ୍ଟ୍ରାଲ ସଦସ୍ୟ ପୂଜ୍ୟ ବାସିନୀ ଭୂଜଙ୍ଗ ଭାଇ, ମୁକୁନ୍ଦପୁରୁ ଶାଖା ପରିଚାଳକ ତଥା କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ରମେଶଚନ୍ଦ୍ର ଭାଇ, ଓ ମୁନିଗୁଡା ଶାଖା ପରିଚାଳକ ତଥା କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ରାମକୃଷ୍ଣ ଭାଇ ଯୋଗଦାନ କରି ଦିବ୍ୟ ସତସଂଗ ମାଧ୍ୟମରେ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଥିଲା । ଗୁଣପୁର ଶାଖାର ଶତାଧିକ ସଦଗୁରୁଙ୍କ ଶିଷ୍ୟଶିଷ୍ୟାଙ୍କ ସମେତ ରାୟଗଡା, ପାରଳାଖେମୁଣ୍ଡି, ଆନ୍ଧ୍ର ପ୍ରଦେଶର ପଲାସା,କାବେଟି ଶାଖା, ପଦ୍ମପୁର, ଗୁଡାରୀ , ବିଷମକଟକ, ଗୁରୁତୀର୍ଥ ଗୁଡିଆବନ୍ଧ, କେନ୍ଦୁଗୁଡା ,କୁଜେନ୍ଦୀ, ଓମଡେଙ୍ଗି, ବିଜୟପୁର ଇତ୍ୟାଦି ଅନେକ ସ୍ଥାନରୁ ଭାଇ ଭଉଣୀ ଓ ଆଧ୍ୟାତ୍ମିକପ୍ରେମୀ ସୁଧିବୃନ୍ଦ ଓ ଭଗବତ ପ୍ରେମୀ ତଥା ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନର ପ୍ରମୁଖ ଶ୍ରୀଯୁକ୍ତ ନଳିନୀ ମହାପାତ୍ର ବେଦାନ୍ତ ଆଶ୍ରମ ଗୁଣପୁର, ଶ୍ରୀ ଶିବପ୍ରସାଦ ଗୌଡ, ଭାଇସଚେୟାରମ୍ୟାନ, ଗୁଣପୁର ପୌରପରିଷଦ, ଶ୍ରୀ ଏସ୍. ବାବା ପ୍ରସାଦ, ସଭାପତି, କଳିଙ୍ଗ ବୈଶ୍ୟ ସମାଜ ଗୁଣପୁର, ଶ୍ରୀ ଶିବ ଦୁର୍ଗେୟା, ସତ୍ୟସାଇ ସଂଘ , ଗୁଣପୁର, ଶ୍ରୀ ବଳରାମ ଶବର, ସଂପାଦକ ସବର ସାଂସ୍କୃତିକ ସଂଘ, ଗୁଣପୁର , ଶ୍ରୀ ଗୋପୀ ଆନନ୍ଦ , ବିଜେପି ଦଳ ର ଜିଲ୍ଲା ସବପତି,ପଦ୍ମପୁର ବ୍ଳକ୍ ଚେୟାରମ୍ୟାନ ଶ୍ରୀମତୀ ମଣିମାଳା ଶବର, ଗୁଣପୁର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ ଏବଂ ଗୁଣପୁର ବ୍ଳକ ଚେୟାରମ୍ୟାନ ଶ୍ରୀମତୀ ଝିଲ୍ଲି ଶବର ପ୍ରମୁଖ ସଦସ୍ୟମାନେ ଯୋଗଦାନ କରିଥିଲେ । ପ୍ରଥମେ ॐକାର ଧ୍ୱନି ଗୁରୁବନ୍ଦନା କରି ଆରମ୍ଭ କରାଗଲା । ପରେ ସଂଘର ପ୍ରରମ୍ଭିକ ପ୍ରାର୍ଥନା ହେ ଅନ୍ତର୍ଯ୍ୟାମୀ ଗାନ କରାଯାଇ ଭାଇ ଭଉଣୀ ମାନଙ୍କ ଦ୍ୱାରା କିଛି ଭଜନ ପରିବେଷଣ କରାଯାଇଥିଲା । ଗୁଣପୁର ଶାଖା ତରଫରୁ ଭାଇ ଭଉଣୀ ମାନେ ବ୍ୟାସପୀଠରେ ଆସୀନ ସେଣ୍ଟ୍ରାଲ ସଦସ୍ୟ ମାନଙ୍କୁ ଫୁଲମାଳ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ ହୋଇଥିଲେ । ସଂପାଦକ ପୂଜ୍ୟ କେଶବ ଭାଇ ସତସଂଗ ପରିଚାଳନା କରିଥିଲେ । ଉପକ୍ରମ ମାଧ୍ୟମରେ ଜ୍ଞାନ ମନ୍ଦିର, ଦିବ୍ୟମନ୍ଦିରର ମହତ୍ୱ, ପୂଜ୍ୟ ଗୁରୁଦେବଙ୍କ ଆବିର୍ଭାବର ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ । ପରେ ଉପ ସଭାପତି ପୂଜ୍ୟ ବିଶ୍ୱନାଥ ଭାଇ ଭଗବାନଙ୍କ ପ୍ରକୃତ ସ୍ୱରୂପକୁ ବୁଝି ମଣିଷ ଉପାସନା କରିବା ଉଚିତ । ମଣିଷ ତିଆରି କରିଥିବା ପ୍ରତୀମାକୁ ଭଗବାନ ନୁହଁ ବରଂ ମଣିଷକୁ ଯିଏ ତିଆରି କରିଛନ୍ତି ସେ ହେଉଛନ୍ତି ଭଗବାନ ତାଙ୍କୁ ଜାଣିବା ଆବଶ୍ୟକ ବୋଲି ଅଭିହିତ କରିଥିଲେ । ଶେଷରେ ପୁଜ୍ୟ ସଭାପତି ମଣିଷ ନିଜକୁ ବୁଝିବା ଦରକାର। ସଦଗୁରୁ ଶରଣ ଯାଇ ଗୁରୁଜ୍ଞାନ ଶିକ୍ଷ୍ୟା ଦ୍ୱାରା ମଣିଷ ନିଜକୁ ଜାଣିପାରିବ ବା ଆତ୍ମଜ୍ଞାନ ଲାଭ କରି ମୁକ୍ତ ହୋଈପାରିବ ବୋଲି ପ୍ରକାଶ କରିଥିଲେ।ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର .