ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ .

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ .
ଫୁଲବାଣୀ,(ଶିବ ପ୍ରସାଦ ନାୟକ): କନ୍ଧମାଳ ଜିଲ୍ଲା ଦଡକି ଗ୍ରାମର ଦିପୁନ ବେହେରା ବୟସ ୧୧ ବାପା ମୃତ ମାଆ ସୁଷମା ବେହେରା l
ଦିପୁନ ଆଜକୁ ବହୁତ ଦିନହେବ ଥଲ୍ଲାସେମିୟା ରୋଗରେ ପୀଡିତ ହୋଇ ଫୁଲବାଣୀ ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି l ତାଙ୍କୁ ପ୍ରତି ସପ୍ତାହରେ ଗୋଟିଏ ୟୁନିଟ ରକ୍ତ ଆବଶ୍ୟକ ହେଉଥିଲା l ଏହି ଖବର ପାଇଥିଲେ ଫୁଲବାଣୀ ସହରର ଜଣା ଶୁଣା ସମାଜସେବି ଜଗନ୍ନାଥ ରାଜୁ ଖବର ପାଇବା ପରେ ଜଗନ୍ନାଥ ସେଠାରେ ପହଂଚି ପରିସ୍ଥିତି ବୁଝିଥିଲେ l କିନ୍ତୁ ଏବେ କିଛି ମାସ ହେବ ଦିପୁନ ର ଏମିତି କିଛି ସମସ୍ୟା ହୋଇଛି ଯେଉଁଥିପାଇଁ ପ୍ରତି ୨ ରୁ ୩ ଦିନରେ ଗୋଟିଏ ୟୁନିଟ ରକ୍ତ ଦରକାର ପଡୁଛି l ଡାକ୍ତର କହିବା ମୁତାବକ ବାହାର କେଉଁ ବଡ ମେଡିାଲରେ ଗୋଟିଏ ଅପରେସନ ହେଲେ ଛୁଆଟା ସୁସ୍ଥ ହୋଇପାରିବ କିନ୍ତୁ ଛୁଆର ବାପା ନାହାନ୍ତି ମା ଏକୁଟିଆ ଖଟିଲେ ପରିବାର ଚଳାଉଛନ୍ତି l ଏମିତିରେ ୨୦ ଦିନ ପାଖା ପାଖୀ ମେଡିକାଲରେ ରହିଲେଣି ଆଉ ତାଙ୍କ ସେତିକି ଅର୍ଥ ନାହିଁ ଯେ ଛୁଆକୁ ଭୁବନେଶ୍ୱର ନେବେ ଏଣୁ ତାଙ୍କ ମାଆ ଅନୁରୋଧ କରିଛନ୍ତି ଯେ ଜିଲ୍ଲାପ୍ରଶାସନ କିମ୍ବା କୌଣସି ବୈଦାନ୍ୟ ବ୍ୟକ୍ତି କିଛି କିଛି ଅର୍ଥ ରାଶି ସାହାଯ୍ୟ କରିଲେ ଦୁଇଦିନ ଭିତରେ ଭୁବନେଶ୍ୱର ବାହାରିବେ ଯେତେ ଡେରି ହେଉଛି ସ୍ୱାସ୍ଥ୍ୟ ସେତିକି ଖରାପ ହେଉଛି ଦୟାକରି କିଛି କିଛି ସାହାଯ୍ୟ କଲେ
ପିଲାଟିର ଜୀବନ ବଞ୍ଚିଯିବ l ଯଦି କୌଣସି ସ୍ଵେଚ୍ଛାସେବୀ ସଂଗଠନ ସହାୟତାର ହାତ ବଢାଇବ ତାହାଲେ ଏକ ଅମୁଲ୍ୟ ଜୀବନ ବଞ୍ଚିଯାଇ ପାରନ୍ତା ବୋଲି ଆଲୋଚନା ହେଉଛି। ଯେଉଁ ବ୍ୟକ୍ତି ତାଙ୍କୁ ଆର୍ଥିକ ସହାୟତା କିମ୍ବା ଶାରୀରିକ ସହଯୋଗ କରିବାକୁ ଚାହୁଁଛନ୍ତି ମୋ - 7978136463
ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି।
କନ୍ଧମାଳରୁ ଶିବ ପ୍ରସାଦ ନାୟକ ଙ୍କ ରିପୋର୍ଟ ବିଶେଷ ଖବର