ଜଣେ ଭିନ୍ନ ଅଭିନେତା ଓ କୃଷକପ୍ରେମୀ ନାନା ପାଟେକର ଙ୍କ ଆତ୍ମା ର ସଦଗତି ପାଇଁ ଶ୍ରୀମନ୍ଦିର ସମ୍ମୁଖ ରେ ଦୀପଦାନ

ଜଣେ ଭିନ୍ନ ଅଭିନେତା ଓ କୃଷକପ୍ରେମୀ ନାନା ପାଟେକର ଙ୍କ ଆତ୍ମା ର ସଦଗତି ପାଇଁ ଶ୍ରୀମନ୍ଦିର ସମ୍ମୁଖ ରେ ଦୀପଦାନ

 ଜୀବନ ରେ ମୃତ୍ୟୁ ଏକ ଧ୍ରୁବ ସତ୍ୟ ଅଟେ l ଆମେ ଅବିଶ୍ୱାସ କଲେ ଵି ଏହାକୁ ଗ୍ରହଣ କରିବାକୁ ପଡେ l ଯଦି ଜୀବନ ରେ ଆମେ କିଛି ଭଲ କାମ କରିଥିବା, ସମାଜ ର କଲ୍ୟାଣ ରେ ଲାଗିଥିବା ଓ ସାମାଜିକ ସଂସ୍କାର ସହ ବିଚାରବନ୍ତ ହୋଇଥିବା ତେବେ ଲୋକେ ଆମକୁ ମନେ ରଖିଥାନ୍ତି l ଏହିପରି ଜଣେ ଚର୍ଚିତ କଳାକାର ନାନା ପାଟେକର ଙ୍କର ଦେହାନ୍ତ ହୋଇଛି l ସେ ଜଣେ ଭଲ କଳାକାର ସହ ଅନ୍ନଦାତା କୃଷକ ମାନଙ୍କର ସୁଖ ଦୁଃଖ ର ବନ୍ଧୁ ଥିଲେ l ସମୟ କ୍ରମେ ସେ ନୂଆ ଗାଡି କିଣିବାକୁ ରଖିଥିବା ଏକ କୋଟି ଟଙ୍କା କୃଷକ ମୃତ୍ୟୁ ରେ ତାଙ୍କ ପରିବାର ରେ ବାଣ୍ଟି ଦେଇଥିଲେ l

ଏହା ପରେ କୃଷକ ମାନଙ୍କ ସେବା ପାଇଁ ସେ ନାମ ଫାଉଣ୍ଡେସନ ଖୋଲିଥିଲେ l ସେ ଜଣେ ଭିନ୍ନ କଳାକାର ଥିଲେ, ଜୀବନ ର ନିଚ୍ଛକ ସତ୍ୟ କୁ ସେ ଉପସ୍ଥାପନ କରୁଥିଲେ l ଏହି କର୍ମବୀର ଙ୍କ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରଦୀପ ପ୍ରଜ୍ୱଳନ ଓ ବ୍ରାହ୍ମଣ ମାନଙ୍କ ଦ୍ୱାରା ବେଦ ଧ୍ୱନି ପାଠ କରାଯାଇଥିଲା l ପୁରୀ ଶ୍ରୀ ମନ୍ଦିର ର ସମ୍ମୁଖରେ ଏହି କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆୟୋଜନ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ଦେଖି ପୁରୀ ଅଞ୍ଚଳବାସୀ ଓ କଳାକାର ଟ୍ରଷ୍ଟ ର କର୍ମକର୍ତା ଙ୍କୁ ଧନ୍ୟବାଦ ଦେଇଥିଲେ l ଆଜି ର କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ବ୍ରାହ୍ମଣ ଦୈତାରୀ ପ୍ରସାଦ ଦଶ, ଖଗେଶ୍ୱର ମିଶ୍ର, ଅଦିତି ପ୍ରସାଦ ପାଢ଼ୀ,କାଳନ୍ଦୀ ତ୍ରିପାଠୀ, ପ୍ରଦୀପ ତ୍ରିପାଠୀ, ମାଳତୀ ଦାଶ, ଉର୍ମିଳା ଦାଶ ଓ ରାଜକିଶୋର ରାଉତ ଙ୍କ ସହ ମନ୍ଦିର ପୂଜକ ସତ୍ୟବ୍ରତ ଦାଶ ଉପସ୍ଥିତ ଥିଲେ l

ଗଦାଧର ଦାଶ ବିଶେଷ ଖବର ବ୍ଲକ୍ ପ୍ରତିନିଥି।