ଜିଲ୍ଲାସ୍ତରୀୟ ଯୌତୁକ ନିଷେଧ ଆଇନ -୧୯୬୧ ର ତାଲିମ ଶିବିର

ଜିଲ୍ଲାସ୍ତରୀୟ ଯୌତୁକ ନିଷେଧ ଆଇନ -୧୯୬୧ ର ତାଲିମ ଶିବିର

      ସମାଜରେ ଯୌତୁକ ନିର୍ଯାତନାରୁ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଥିବା ଆଇନ୍ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାରୀମାନଙ୍କ ସୁରକ୍ଷା ଓ ନିରାପଦ ଜୀବନଯାପନ ପାଇଁ ସରକାରଙ୍କ ପଦକ୍ଷେପ ବିଷୟରେ ତାଲିମ୍ ଦିଆଯାଇଛି । ଉକ୍ତ ତାଲିମ୍ କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲାପରିଷଦ ସଭାପତି, ବାଲେଶ୍ୱର ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ ଅଧ୍ୟକ୍ଷତା କରି ନାରୀ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଉଥିବା ପଦକ୍ଷେପ ମଧ୍ୟରେ "ଯୌତୁକ ନିଷେଧ ଅଧିନିୟମ-୧୯୬୧" ସମ୍ପର୍କରେ ଆଲୋକପାତ କରିଥିଲେ ।

 ଉପ-ଆରକ୍ଷୀ ଅଧିକ୍ଷକ ନିର୍ମଳା ଗଚ୍ଛାୟତ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଓକିଲ ଶ୍ରୀଯୁକ୍ତ ଗଣେଶ୍ୱର ରାଉତ ସଂଶୋଧନ ବିଶେଷଜ୍ଞ ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ (ମମତା) ଶ୍ରୀଯୁକ୍ତ ବାମଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟ ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଦାୟିତ୍ଵରେ ଶ୍ରୀଯୁକ୍ତ ପ୍ରବୋଧ କୁମାର ମଲ୍ଲିକ, ପ୍ରୋଟେକ୍ସନ ଅଧିକାରୀ ଶ୍ରୀମତୀ ଯୁଥିକାରାଣୀ ରାୟ, ପ୍ରୋଗ୍ରାମ ଅଧିକାରୀ ଗିରିବାଳା ମହନ୍ତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁସିରାମ ଗାହିର,ସମସ୍ତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ, ମହିଳା ସଶକ୍ତିକରଣ କାର୍ଯ୍ୟଳୟର କର୍ମଚାରୀଗଣ, NGOs, O.S.Cର କର୍ମଚାରୀ , ଶକ୍ତି ସଦନ କର୍ମଚାରୀ, ଧର୍ମଗୁରୁ, ସ୍କୁଲ ଛାତ୍ରୀଙ୍କ ସମେତ ଅନ୍ୟାନ୍ୟ ବିଭାଗର କର୍ମକର୍ତ୍ତା ଉପସ୍ଥିତ ଥିଲେ। ପରିଶେଷରେ , ଜିଲ୍ଲା ମହିଳା ସଶକ୍ତିକରଣ କାର୍ଯ୍ୟଳୟର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ପାଳ ଧନ୍ୟବାଦ ଅର୍ପଣ କରି ତାଲିମ୍ ଶିବିରକୁ ଉଦଯାପିତ କରିଥିଲ

ବାଲେଶ୍ୱର, ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ତାରିଖ - ୦୬/୦୮/୨୦୨୬