ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ଓଡିଆ ପକ୍ଷର ପ୍ରଥମ ଦିନ ପାଳିତ ବାଲେଶ୍ୱର,

ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ଓଡିଆ ପକ୍ଷର ପ୍ରଥମ ଦିନ ପାଳିତ ବାଲେଶ୍ୱର,

ବାଲେଶ୍ୱର, ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ତାରିଖ – ୦୧/୦୪/୨୦୨୬ ବାଲେଶ୍ୱର ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ଓଡିଆ ପକ୍ଷର ପ୍ରଥମ ଦିନ ଉତ୍ସାହ ଓ ଉଦ୍ୟାପନାର ସହିତ ପାଳିତ ହୋଇଛି।

ପ୍ରାତଃ ୪.୩୦ ଘଟିକାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଓଡ଼ିଶାର ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ପରିବେଷଣ କରାଯାଇ ସହର ପରିକ୍ରମା କରାଯାଇଥିଲା। ପୂର୍ବାହ୍ନ ୮.୩୦ ଘଟିକାରେ ଓଡ଼ିଶା ଦିବସ ଉପଲକ୍ଷେ ପଦଯାତ୍ରା ଆୟୋଜିତ ହୋଇଥିଲା, ଯାହାକୁ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ମିଶନ ଶକ୍ତିର ସଦସ୍ୟାମାନେ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀ-କର୍ମଚାରୀମାନେ ଯୋଗଦେଇଥିଲେ।

ପୂର୍ବାହ୍ନ ୯.୦୦ ଘଟିକାରେ ମାନ୍ୟବର ମନ୍ତ୍ରୀ, ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ, ଓଡ଼ିଶା ସରକାର ଶ୍ରୀ ରବି ନାରାୟଣ ନାଏକ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ପରବର୍ତ୍ତୀତରେ ସେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ ଏବଂ ଫଟୋ ଏକ୍ସିବିସନ୍ ଓ ଜୀବନ୍ତ ଚିତ୍ରକଳା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ, ଯେଉଁଥିରେ ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ର ସ୍ୱତନ୍ତ୍ରତା ଆନ୍ଦୋଳନ ର ସମସ୍ତ ମୁକସାକ୍ଷୀ ସେଇ ଚିତ୍ର ମାନଙ୍କ ମାଧ୍ୟମରେ ଦର୍ଷ। ଯାଇଥିଲା।

ପୂର୍ବାହ୍ନ ୧୦.୩୦ ଘଟିକାରେ ଆୟୋଜିତ ସାଧାରଣ ସଭାରେ ମାନ୍ୟବର ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ସହିତ ମାନ୍ୟବର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପଜିଲ୍ଲାପାଳ ଶ୍ରୀ ଶିବ ମାଲବ୍ୟ, ଅତିରିକ୍ତ ଜିଲ୍ଲାପାଳମାନେ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ମଞ୍ଚାସୀନ ଥିଲେ।

ସଭାର ଆରମ୍ଭରେ ଅତିଥିମାନେ ଓଡ଼ିଶାର ବରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ପରେ ସ୍ଥାନୀୟ କଳାକାରମାନେ “ବନ୍ଦେ ଉତ୍କଳ ଜନନୀ”