ତିନି ଦିନ ତଦନ୍ତ କରି ଆୟକର ବିଭାଗ ଫେରିଲେ ।

ତିନି ଦିନ ତଦନ୍ତ କରି ଆୟକର ବିଭାଗ ଫେରିଲେ ।

ତିନି ଦିନ ତଦନ୍ତ କରି ଆୟକର ବିଭାଗ ଫେରିଲେ ।


 ପାରଳାଖେମୁଣ୍ଡି ସହରର ତିରୁପତି ସାହୁକାର (ସ୍ରିନୁ) ଓ ଲୋକେଶ୍ବର ସାହୁକାର (ସୋମୁ)ଙ୍କ ଘରେ ଏବଂ ସେମାନଙ୍କ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନରେ ଆୟକର ତରଫରୁ ଚଢାଉ ହୋଇଥିଲା ।  ଆୟକର ବିଭାଗ ତରଫରୁ ଉଭୟଙ୍କ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟ ଓ ଲକର ଗୁଡିକ ଯାଞ୍ଚ କରିଥିଲେ । ଏପରିକି ତଦନ୍ତ କରୁଥିବା ଆୟକର ବିଭାଗର କର୍ମଚାରୀମାନେ   ବହୁ ବ୍ୟାଙ୍କକୁ ଯାଇ ଖାତା ଓ ଲକର ଯାଞ୍ଚ କରିଥିଲେ । ବିଶେଷ କରି ୟୁନିୟନ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସମେତ ଅନ୍ୟାନ୍ୟ ବ୍ୟାଙ୍କ ଗୁଡିକରେ ଉଭୟ ଭ୍ରାତାଙ୍କ ଆକାଉଣ୍ଟ ଓ ଲକରକୁ ଯାଞ୍ଚ କରିଛି । ଆଜି ତୃତୀୟ ଦିବସରେ ଉକ୍ତ ଆକାଉଣ୍ଟ ଓ ଲକର୍ ରେ ଥିବା ସମ୍ପତ୍ତି ସମ୍ପର୍କରେ ଟିକିନିଖି ଯାଞ୍ଚ କରୁଥିବାର ଦେଖାଦେଇଥିଲ। ତୃତୀୟ ଦିନ ତଥା ଶନିବାର ବିଳମ୍ବିତ ରାତ୍ର ସାଢେ 11 ଘଣ୍ଟା ପର୍ଯ୍ୟନ୍ତ ଦୁଇ ଭାଇଙ୍କ ଘରକୁ ତଦନ୍ତ କରୁଥିବା ଆୟକର ବିଭାଗର ଅଧିକାରୀମାନେ ବାରମ୍ବାର ଦସ୍ତାବିଜ ଧରି ଯିବାଆସିବା କରୁଥିବାର ଦେଖିବାକୁ ମିଳିଥିଲା । ଅନୁମାନ କରାଯାଉଛି ଯେ ତିନି ଦିନ ଧରି ତଦନ୍ତ ବେଳେ ବ୍ୟାଙ୍କ ଆକାଉଣ୍ଟ ଓ ଲକର ଯାଞ୍ଚ କରିବା ପାଇଁ ଯାଇଥିବା ଆୟକର ବିଭାଗ ଅଧିକାରୀମାନେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ରହିଥିବା ଦସ୍ତାବିଜ ହସ୍ତଗତ ହୋଇଛି । ତେଣୁ ତୃତୀୟ ଦିବସରେ ସେନେଇ ଉକ୍ତ ଦସ୍ତାବିଜ ଗୁଡିକ ତନ୍ନ ତନ୍ନ କରି ତଦନ୍ତ କରିଥିଲେ । ଅନୁମାନ କରାଯାଉଛି ଯେ ସେଥିରେ କିଛି ଉଭୟ ଭ୍ରାତାଙ୍କ ସହ ବ୍ୟବସାୟୀକ କିମ୍ବା ଅନ୍ୟ ଆର୍ଥିକ ସମ୍ପର୍କ ରଖିଥିବା ବ୍ୟକ୍ତି ବିଶେଷଙ୍କ ତଥ୍ୟ ତଦନ୍ତକାରୀ ଆୟକର ବିଭାଗ ହାତରେ ବୋଧେ ହସ୍ତଗତ ହୋଇଛି । ତେବେ ତଦନ୍ତ କରୁଥିବା ଅଧିକାରୀ ମାନେ ପ୍ରକୃତରେ ତଦନ୍ତରେ କଣ ତଥ୍ୟ ଓ ସାମଗ୍ରୀ ମିଳିଛି ସେନେଇ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିନାହାନ୍ତି ।