ଦେୟ ମୁକ୍ତ ଶିକ୍ଷା କେଜି ରୁ ପିଜି ମାଗଣା ଘୋଷଣା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତାରଣା : କଂଗ୍ରେସ
ନୟାଗଡ 0୯ ।୦୯ ମାଗଣା ଶିକ୍ଷା ଘୋଷଣା, ସେଲ୍ଫ ଫାଇନାନ୍ସ କୋର୍ସରେ ଜବରଦସ୍ତ ଫିସ୍ ଆଦାୟ ହେବା ଦ୍ୱାରା ରାଜ୍ୟ ବିଜେପି ସରକାରଙ୍କ କେଜି ରୁ ପିଜି ମାଗଣା ଘୋଷଣା ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରତାରଣା କରାଯାଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ମିଳିତ ପ୍ରେସବିବୃତି ରେ କହିଛନ୍ତି l
ନୟାଗଡ଼ ଅଟୋନମସ କଲେଜର +୩ ଛାତ୍ରଛାତ୍ରୀଙ୍କ ଧାରଣା ଦେଇ ରାଜ୍ୟ ବିଜେପି ସରକାରଙ୍କ କେଜି ରୁ ପିଜି ମାଗଣା ଶିକ୍ଷାଦାନ ଘୋଷଣା ପର୍ଦ୍ଦାଫାଶ କରିଛନ୍ତି l ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଅନୁସାରେ କଲେଜ କର୍ତୃପକ୍ଷ ସେଲ୍ଫ ଫାଇନାନ୍ସ କୋର୍ସ ଫି ITM ଓ Computer ସବଇନ୍ସ ବାର୍ଷିକ କୋର୍ସ ଫି ବାବଦ ୨୦ ହଜାର ଟଙ୍କାରୁ ଅଧିକ ଆଦାୟକୁ ନେଇ ଛାତ୍ରଛାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। +୩ ସିଲାବସ ସମ୍ପୂର୍ଣ୍ଣ ମାଗଣା ବ୍ୟବସ୍ଥା ଥିଲାବେଳେ ଆଇଟିଏମ ଏବଂ କମ୍ପ୍ୟୁଟର ସାଇନ୍ସ ବିଷୟ ପାଇଁ କୋର୍ସ ଆଦାୟ ସମ୍ପୂର୍ଣ୍ଣ ଅନ୍ୟାୟ ଏବଂ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଟୁଇଟ କରି ଅନୁରୋଧ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି l ଆଜି
ଛାତ୍ରଛାତ୍ରୀ ମାନେ କୋର୍ସ ଫି ଛାଡ଼ କରିବା ନେଇ ଆନ୍ଦୋଳନରତ ଥିବା ଖବର ପାଇ ଶ୍ରୀ ଦାଶ କଲେଜ ଯାଇ ଉଁନିଅଧ୍ୟକ୍ଷ ପ୍ରକାଶ କୁମାର ରାଉତଙ୍କ ସହିତ ଆଲୋଚନା କରି ସରକାରଙ୍କ ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ପିଲାଙ୍କୁ ଫର୍ମପୂରଣ ଅବଧି ବଢାଇବା ପାଇଁ ଅନୁରୋଧ କରିଥିଲେ ।
ଆଶୋକ କୁମାର ସା।ଥୁଅ। , ଜିଲ୍ଲା ପ୍ରତିନିଧି ନୟାଗଡ଼


admin 
