ନାବାଳିକାକୁ ବଳତ୍କାର ଅଭିଯୋଗ ରେ ଦୁଇ ନାବାଳକ ଗିରଫ ।

ନାବାଳିକାକୁ ବଳତ୍କାର ଅଭିଯୋଗ ରେ ଦୁଇ ନାବାଳକ ଗିରଫ ।
ଉମରକୋଟ ୨୧-୦୩-୨୦୨୫ । ଜଣେ ନାବାଳିକା କୁ ଦୁଇଜଣ ନାବାଳକ ବଳତ୍କାର ଅଭିଯୋଗ ରେ ଉମରକୋଟ ପୋଲିସ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଦେଖିବାକୁ ମିଳିଛି । ଦୁଇ ନାବାଳକ ହେଲେ ଉମରକୋଟ ଅଞ୍ଚଳ ର । ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣକ ଏଗାର ବର୍ଷ ର । ଝିଅ ଟି ପନ୍ଦର ତାରିଖ ଅପରାହ୍ନ ଦୁଇ ଘଣ୍ଟିକା ସମୟରେ ନିଜ ଘର ନିକଟରେ ଖେଳୁଥିବା ସମୟରେ ଦୁଇ ନାବାଳକ ନିକଟରେ ଥିବା ଏକ ଜନଶୂନ୍ଯ ପଡିଆକୁ ଡାକି ନେଇ ନାବାଳିକା କୁ ଜୋର ଜବରଦସ୍ତ ନିଶା ଦ୍ରବ୍ୟ ପିଆଇ ଜଣକ ପରେ ଜଣେ ସେହି ନାବାଳିକା କୁ ବଳତ୍କାର କରିଥିଲେ । ପରଦିନ ପରିବାର ଲୋକେ ଜାଣିବା ପରେ ଥାନାରେ ଏକ ଲିଖିତ ଅଭିଯୋଗ ଦେଇ ଥିଲେ । ଘଟଣା ପରଠାରୁ ଦୁଇ ଅଭିଯୁକ୍ତ ଫେରାର ଥିଲେ । ଏହି ଅଭିଯୋଗ କୁ ଭିତ୍ତିକରି ନବରଙ୍ଗପୁର ଡିଏସପି ଙ୍କ ତତ୍ବାବଧାନ ରେ ଥାନା ଅଧିକାରୀ ରାମାକାନ୍ତ ସାଇ ,ଏସ ଆଇ ଶିବଜି ପଣ୍ଡା,ଅକ୍ଷୟ ମିଶ୍ର, ପ୍ରକାଶ ମିଶ୍ର, ସୌମେନ୍ଦ୍ର ସେଠ, ସଞ୍ଜୟ ମଣ୍ଡଳ ଓ କନେଷ୍ଟବଲ ନରେନ୍ଦ୍ର ନାୟକ ଦୁଇ ଅଭିଯୁକ୍ତ କୁ ବିଭିନ୍ନ ଜାଗାରେ ଖୋଜି ବାହାର କରିଛନ୍ତି । ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେଠୁ ଜେଲ ହାଜତକୁ ପଠାଇ ଦିଆ ଯାଇଛି । ଏହାର ଅଧିକ ତଦନ୍ତ ଚାଲିଛି। ଅନେକ ମହିଳା ସଙ୍ଗଠନର ସଦସ୍ୟ ମାନେ ଥାନା କୁ ଯାଇ ବିଚାର ବିମର୍ଶ କରିଛନ୍ତି।
ହରିହର ଶତପଥୀ, ଉମରକୋଟ।