ନେପିଦା: ମ୍ୟାମାରରେ ୭.୭ ତୀବ୍ରତାର ଭୂମିକମ୍ପ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ଦେଖିବାକୁ ମିଳିଛି .

ନେପିଦା: ମ୍ୟାମାରରେ ୭.୭ ତୀବ୍ରତାର ଭୂମିକମ୍ପ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ଦେଖିବାକୁ ମିଳିଛି। ବିଶେଷଜ୍ଞଙ୍କ ମତରେ ଭୂମିକମ୍ପ ଦ୍ୱାରା ନିର୍ଗତ ଶକ୍ତି ୩୦୦ରୁ ଅଧିକ ପରମାଣୁ ବୋମା ବିସ୍ଫୋରଣ ସହ ସମାନ ଥିଲା। ଭୂତତ୍ତ୍ୱ ବିଜ୍ଞାନୀ ଜେସ୍ ଫିନିକ୍ସ କହିଛନ୍ତି ଯେ ଏଭଳି ଭୂମିକମ୍ପରୁ ନିର୍ଗତ ହେଉଥିବା ଶକ୍ତି ପ୍ରାୟ ୩୩୪ଟି ପରମାଣୁ ବୋମା ସହ ସମାନ। ଏହାବ୍ୟତୀତ ଭୂମିକମ୍ପ ପରବର୍ତ୍ତୀ କମ୍ପନ ଏହି ଅଞ୍ଚଳକୁ ଦୋହଲାଇ ଦେବ ବୋଲି ସେ ଚେତାବନୀ ଦେଇଛନ୍ତି। ଭାରତୀୟ ଟେକ୍ଟୋନିକ୍ ପ୍ଲେଟ୍ ମ୍ୟାମାର ତଳେ ଥିବା ୟୁରେସିଆନ୍ ପ୍ଲେଟ୍କୁ ମାଡ଼ି ଆସୁଥିବାରୁ ପରବର୍ତ୍ତୀ ଝଟକା କିଛି ମାସ ପର୍ଯ୍ୟନ୍ତ ରହିପାରେ। ଗୋଟିଏ ପଟେ ଦେଶରେ ଗୃହଯୁଦ୍ଧ ଯୋଗୁଁ ଅଣାୟତ୍ତ ସ୍ଥିତି ଲାଗି ରହିଥିବା ବେଳେ ଏହା ସହିତ ଏବେ ମହାବିନାଶକାରୀ ଭୂକମ୍ପ ଅତି ଭୟାନକ ସ୍ଥିତି ସୃଷ୍ଟି କରିଛି।