ନୟାଗଡ ଜିଲ୍ଲାରୁ ସେଟଲମେଣ୍ଟ କମିଶନ କୋର୍ଟ ଭୁବନେଶ୍ୱର ସ୍ଥାନାନ୍ତର ପ୍ରତିବାଦ I

ନୟାଗଡ ଜିଲ୍ଲାରୁ ସେଟଲମେଣ୍ଟ କମିଶନ କୋର୍ଟ ଭୁବନେଶ୍ୱର ସ୍ଥାନାନ୍ତର ପ୍ରତିବାଦ I
ନୟାଗଡ଼:ସରକାରଙ୍କ ଦ୍ୱାରା ଜାରି ନୋଟିଫିକେସନ ମୁତାବକ ନୟାଗଡ ଜିଲ୍ଲା ସଦରମହକୁମାରୁ ଜିଲ୍ଲା ସେଟଲମେଣ୍ଟ କମିଶନ କୋର୍ଟ ଭୁବନେଶ୍ୱରକୁ ସ୍ଥାନାନ୍ତର କରିବା ପ୍ରସଙ୍ଗ ସ୍ଥିର ହୋଇଥିବାବେଳେ ଚଞ୍ଚକତା ପୂର୍ବକ ଜିଲ୍ଲା ପ୍ରଶାସନ ଏହି ନୋଟିଫିକେସନକୁ ଲୁଚାଇ ରଖିବା କୌତୁହଳ ସୃଷ୍ଟି କରିଛି | ଏହାର ପ୍ରତିବାଦରେ ଜିଲ୍ଲା ଓକିଲସଂଘ, ନୟାଗଡ଼ ଓ ଜିଲ୍ଲାର ଅନ୍ୟ ସମସ୍ତ ଓକିଲସଂଘ ଯଥା ଖଣ୍ଡପଡା ଓକିଲସଂଘ, ରଣପୁର ଓକିଲସଂଘ,ଦଶପଲ୍ଲା ଓକିଲ ସଂଘ, ଓଡଗାଁ ଓକିଲସଂଘ, ଭାପୁର ଓକିଲସଂଘ,ଜିଲ୍ଲାର ସମସ୍ତ ମୋହରିସଂଘ ଏବଂ ନୟାଗଡ଼ ଜିଲ୍ଲାର ଜନସଧାରଣ ସର୍ବୋପରି ମୋକଦ୍ଦମାର ପକ୍ଷମାନେ ଏହାର ପ୍ରତିବାଦରେ ନୟାଗଡ଼ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ନ୍ୟାୟଧୀଶଙ୍କ କାର୍ଯ୍ୟାଳୟରୁ ଏକ ବିଶାଳ ପଦଯାତ୍ରାରେ ଜିଲ୍ଲାପାଳ, ନୟାଗଡ଼ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ଜିଲ୍ଲାର ବିଭିନ୍ନ ଓକିଲସଂଘ ତରଫରୁ ସରକାରଙ୍କୁ ଦାବୀ କରାଯାଇଛିକି ଯଦି ନୟାଗଡ଼ରୁ ଉକ୍ତ କମିଶନ କୋର୍ଟ ସ୍ଥାନାନ୍ତରଣ କରାଯାଏ ତେବେ ହଜାର ହଜାର ସଂଖ୍ୟାରେ ବିଚରାଧୀନ କେଶ ଗୁଡିକର ପକ୍ଷମାନେ ନାହିଁ ନ ଥିବା ଅସୁବିଧାର ସନ୍ନମୁଖୀନ ହେବାସହିତ ଅଯଥା ଖର୍ଚ୍ଚାନ୍ତ, ସମୟ ଅପଚୟ, ଓକିଲମାନେ କେଶ ପରିଚାଳନାରେ ବିଶେଷ ଅସୁବିଧାମାନ ସୃଷ୍ଟିହେବ | ଏସବୁ ସମସ୍ୟାକୁ ଆଖିଆଗରେ ରଖି ଓକିଲସଂଘ ତରଫରୁ ପ୍ରଦାନ କରାଯାଇଥିବା ଦାବିକୁ ସରକାର ଗ୍ରହଣ କରିବା ଦରକାର | ନଚେତ ଆଗାମୀ ଦିନରେ ଏହାଏକ ଜନଆନ୍ଦୋଳନରେ ପରିଣତ ହେବ, ଆଉ ଏଥିପାଇଁ ସରକାର ହିଁ ଦାୟୀରହିବେ | ତେଣୁ ସରକାର ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ସମାଧାନ ସ୍ୱରୂପ ସ୍ଥାନାନ୍ତର ନୋଟିଫିକେସନକୁ ରଦ୍ଦ କରାଯାଉ |
ନୟାଗଡ଼ ରୁ ଅଶୋକ କୁମାର ସାଥୁଆ, ବିଶେଷ ଖବର I