ବିଶିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କିଶୋର କୁମାର ପ୍ରଧାନ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ I

ବିଶିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କିଶୋର କୁମାର ପ୍ରଧାନ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ I
ଫୁଲବାଣୀ -25.07.25-ଫୁଲବାଣୀ (କନ୍ଧମାଳ)ବିଶିପଡ଼ା କ୍ଲଷ୍ଟର ର ବିଶିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶ୍ରୀଯୁକ୍ତ କିଶୋର କୁମାର ପ୍ରଧାନ ଙ୍କ ବିଦାୟ କାଳୀନ ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଇ ଯାଇଛି. ଏହି ଉତ୍ସବ ରେ ବିଶିପଡ଼ା କ୍ଲଷ୍ଟର ର
ସି ଆର ସି ସି ଅରୁଣ କୁମାର ଦେଓ ଯୋଗ ଦାନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ କଞ୍ଚାନବାଳା ଦେବୀ ସଭାପତିତ୍ୱ କରିଥିଲେ, ସହକାରୀ ଶିକ୍ଷକ ଅଜୟ କିଶୋର ଭଞ୍ଜ ସାର ମଧ୍ୟ୍ୟ ନିଜର ଅଭିଭାଷଣ ରଖି ଥିବା ବେଳେ, ଅନ୍ୟତମ ଆଦରଣୀୟ ସୋହାକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ଅନିତା ପଣ୍ଡା ନିଜ ର ମତ ପ୍ରକାଶ କରି କବିତା ମାଧ୍ୟମ ରେ ପ୍ରଧାନ ସାର ଙ୍କ ଗୁଣ ଗାନ କରି ଥିଲେ, କନିଷ୍ଠ ଶିକ୍ଷୟତ୍ରୀ ଜ୍ୟୋତି ପୂର୍ଣ୍ଣା ଦେବଦର୍ଶିନୀ ସାହୁ ମଧ୍ୟ୍ୟ ନିଜର ମତ ପ୍ରକାଶ କରି ଥିଲେ। ଶ୍ରୀଯୁକ୍ତ ପ୍ରଧାନ ସାର ଜଣେ ଛାତ୍ର ବାତ୍ସଳ ଶିକ୍ଷକ ଥିଲେ, ନିଜ କାର୍ଯ୍ୟ କ୍ରମ ତଥା ବିଦ୍ୟାଳୟ ଗଢି ତୋଳିବା ରେ ସାର ଙ୍କ ଭୁମିକା ଅନେକ ଥିଲା, ସେ ଜଣେ ମିଷ୍ଟ ଭାସି ପର ଉପକାରୀ ଜ୍ଞାନୀ ଗୁଣି ବ୍ୟକ୍ତି ଥିଲେ, ଏହି ବିଦାୟ କାଳୀନ ଅବସରରେ ବିଦ୍ୟାଳୟ କୁନି କୁନି ଛାତ୍ର ଓ ଛାତ୍ରୀ ଙ୍କ ଦ୍ୱାରା ବିଦାୟ କାଳୀନ ସଂଗୀତ ଗାନ କରା ଯାଇଥିଲା, ପରି ଶେଷରେ ନୃତ୍ୟ ଶିକ୍ଷକ ବିକ୍ରମ ବାରିକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିବା ବେଳେ, ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଦେବ ରଞ୍ଜନ ଶତପଥୀ ସୋହଯୋଗ କରି ଥିଲେ
କନ୍ଧମାଳ ରୁ ଶିବ ପ୍ରସାଦ ନାୟକ ଙ୍କ ରିପୋର୍ଟ ବିଶେଷ ଖବର