ପଟ୍ଟାମୁଣ୍ଡାଇ କଲେଜ୍ ୧୯୯୩ ବ୍ୟlଚ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ।

ପଟ୍ଟାମୁଣ୍ଡାଇ କଲେଜ୍ ୧୯୯୩ ବ୍ୟlଚ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ।

ପଟ୍ଟାମୁଣ୍ଡାଇ ୧୨/୪ ପଟ୍ଟାମୁଣ୍ଡାଇ କଲେଜ ୧୯୯୩ ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ତଥା ଅଧ୍ୟାପକ ନୃସିଂହ ଚରଣ ସ୍ୱାଇଁଙ୍କ ପୌରହିତ୍ୟ ରେ କଲେଜ ପ୍ରେଖ୍ୟାଳୟ କକ୍ଷରେ ଅନୁଷ୍ଠିତ ବନ୍ଧୁମିଳନ ଉତ୍ସବରେ ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ମୁଖ୍ୟ ଅତିଥି ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଡ ରମେଶ କୁମାର ସାହୁ, କଲେଜ ଆଲୁମୋନି ଆସୋସିଏସନ୍ ସଭାପତି ରଶ୍ମି ରଞ୍ଜନ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବକୁ ପ୍ରୋତ୍ସାହିତ କରିଥିଲେ। ଏହି ବନ୍ଧୁମିଳନ ଉତ୍ସବରେ ଯୋତ୍ରିମୟ ତ୍ରିପାଠୀ, ଶୁଭଦିପ ଗୁପ୍ତା, ବସନ୍ତ ନାୟକ, ପ୍ରସଂଜିତ ସାମନ୍ତରାୟ, ପ୍ରଶାନ୍ତ ମହାପାତ୍ର, ତପନ ପାତ୍ର, ଅନ୍ତର୍ଯ୍ୟାମୀ ବେଜ , ମୃତ୍ୟୁଞ୍ଜୟ ପଣ୍ଡା, ବିଶ୍ବରଂଜନ ପାତ୍ର, ତୁଳସୀ ଚୌଧୁରୀ, ବସନ୍ତ ମଞ୍ଜରୀ ଦାସ, ଅନିତା ମହାନ୍ତି, ରେଖlରlଣି କର, ପୁଷ୍ପ ସାହୁ, ଅରୁଣା ପାତ୍ର,ଭାରତୀ ନାୟକ ପ୍ରମୁଖ ଛାତ୍ର ଛାତ୍ରୀମାନେ ଯୋଗ ଦେଇ ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନ କରିବା ସହିତ ପାଠ ପଢା ସମୟର ସ୍ମୃତି ମନେ ପକାଇଥିଲେ। ଉପେନ୍ଦ୍ର କୁମାର ନାୟକ ଧନ୍ୟବାଦ ଦେଇଥିଲେ। ଅପରାହ୍ନ ରେ ପ୍ରଫୁଲ୍ଲ ଦାଶ ଓ ନିମାଇଁ ଦାଶଙ୍କ ସଂଯୋଜନା ରେ ନାଚ ଓ ଗୀତ ପରିବେଷଣ କରାଯାଇଥିଲା।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି