ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତୀ..

ଗୌରବମୟ ଇତିହାସର ମୂକ ସାକ୍ଷୀ ପଟ୍ଟାମୁଣ୍ଡାଇ କଲେଜକୁ ଶୀର୍ଷରେ ପହଞ୍ଚାଅ

ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତୀ..

ପଟ୍ଟାମୁଣ୍ଡାଇ ତା ୨୧/୪-ପଟ୍ଟାମୁଣ୍ଡାଇ ଅଂଚଳର ଗୌରବମୟ ଇତିହାସର ମୂକ ସାକ୍ଷୀ ପଟ୍ଟାମୁଣ୍ଡାଇ କଲେଜର ଶିକ୍ଷା ସହ ସାର୍ବିକ ବିକାଶ କରି ଓଡିଶାର ଶ୍ରେଷ୍ଠ କଲେଜରେ ପରିଣତ କରିବା ସହିତ ଶୀର୍ଷରେ ପହଞ୍ଚାଇବା ପାଇଁ ଆଜି ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରକାଶ କରିଛନ୍ତି I ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ପଟ୍ଟାମୁଣ୍ଡାଇ କଲେଜ ପୂର୍ବତନ ଅଧକ୍ଷ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିକ୍ଷା ସହିତ ଅଂଚଳର ବିକାଶ ଯୋଡ଼ି ହୋଇଥିବାରୁ ମଣିଷ ତିଆରି କାରଖାନା ପଟ୍ଟାମୁଣ୍ଡାଇ କଲେଜର ବିକାଶ ସହିତ ଏହି ମହାନ ଶିକ୍ଷାନୁଷ୍ଠାନକୁ ଶୀର୍ଷରେ ପହଞ୍ଚାଇବା ପାଇଁ ସମସ୍ତେ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ I କେନ୍ଦ୍ରାପଡ଼ା କଲେଜର ପ୍ରଫେସର ଦୁର୍ଯ୍ୟୋଧନ ପରିଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିକ୍ଷା ଉପରେ ଦେଶ ରାଜ୍ୟ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଭର କରୁଥିବାରୁ ଉତ୍ତମ ଚରିତ୍ରବାନ ଛାତ୍ରଛାତ୍ରୀ ସୃଷ୍ଟି କରି ସମଗ୍ର ଓଡିଶାରେ ପଟ୍ଟାମୁଣ୍ଡାଇ କଲେଜ ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ I କେନ୍ଦ୍ରାପଡ଼ା ତଥା ପଟ୍ଟାମୁଣ୍ଡାଇର ପୂର୍ବତନ ବିଧାୟକ ତଥା ପୁରାତନ ଛାତ୍ର କିଶୋର ତରାଇ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ଏ ଅଂଚଳର ପରିଚୟ ସୃଷ୍ଟି କରିଥିବା ପଟ୍ଟାମୁଣ୍ଡାଇ ଆମ ଗର୍ବ ଓ ଗୌରବର ପ୍ରତୀକ ହୋଇଥିବାରୁ ଏହାର ବିକାଶ ସହ ଗୌରବ ଓ ଗାରିମା ଅକ୍ଷୁର୍ଣ୍ଣ ରଖିବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ ବୋଲି ପ୍ରକାଶ କରିଥିଲେ I ପଟ୍ଟାମୁଣ୍ଡାଇ କଲେଜ ଛାତ୍ର ସଂସଦ ପୂର୍ବତନ ସଭାପତି ତଥା ପୁରାତନ ଛାତ୍ର ସଂସଦ ସଭାପତି ରଶ୍ମି ରଞ୍ଜନ ପ୍ରଧାନ, ପୁରାତନ ଛାତ୍ର ସଂସଦ ସମ୍ପାଦକ ତଥା ପୂର୍ବତନ ବ୍ଲକ ଅଧକ୍ଷ ନିଶିକାନ୍ତ ପ୍ରଧାନ, ପୁରାତନ ଛାତ୍ର ସଂସଦ ଉପସଭାପତି ବିଶ୍ୱରଞ୍ଜନ ପାତ୍ର ଓ ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର ଦାଶ ସମ୍ମାନିତଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ କଲେଜର ଉତ୍ତମ ଶିକ୍ଷା ବ୍ୟବସ୍ଥା ଓ ବିକାଶ ପ୍ରକ୍ରିୟାକୁ ଆଗକୁ ନେଇ ସମଗ୍ର ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ I ପ୍ରଧ୍ୟାପିକା ଡ଼ ଅଞ୍ଜଳି ଦାଶ ଅତିଥିପରିଚୟ ପ୍ରଦାନ କରିଥିଲେ I ଶେଷରେ ପ୍ରାଧ୍ୟାପକ ଡ଼ ସର୍ବେଶ୍ୱର ସାହୁ ଧନ୍ୟବାଦ ଦେଇଥିଲେ I ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆରମ୍ଭରେ ସ୍ୱାଗତ ସଂଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବାବେଳେ ଉତ୍ସବ ଶେଷରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ପଟ୍ଟାମୁଣ୍ଡାଇ କଲେଜର ପୂର୍ବତନ ଅଧକ୍ଷ, ଅଧ୍ୟାପକ ଓ ବର୍ତମାନର ଅଧ୍ୟାପକ ଅଧ୍ୟାପିକା ମାନ୍ୟଗଣ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ I ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପ୍ରାରମ୍ଭରେ କଲେଜର ପ୍ରବେଶ ଦ୍ୱାର ନିକଟରେ ନବ ନିର୍ମିତ ସୁବର୍ଣ୍ଣ ଜୟନ୍ତୀ ଗେଟ କୁ ପୁରାତନ ଛାତ୍ର ସଂସଦ ସଭାପତି ରଶ୍ମି ରଞ୍ଜନ ପ୍ରଧାନ ଉଦଘାଟନ କରିଥିଲେ Iଆଜିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ମୁଖ୍ୟଅତିଥି ରାଜ୍ୟ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପଟ୍ଟାମୁଣ୍ଡାଇ କଲେଜ ଗସ୍ତ ଅନିରର୍ବlର୍ଯ୍ୟ କାରଣରୁ ହଠାତ ବାତିଲ ହୋଇଯିବାରୁ ଉତ୍ସବର ମୁଖ୍ୟବକ୍ତା ରାଜନଗର ବିଧାୟକ ଧ୍ରୁବ ସାହୁ ଓ ସମ୍ମାନିତ ଅତିଥି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆର ରଘୁରାମ ଆୟାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇନଥିଲେ I

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା