ପରାମର୍ଶ ସମିତିର ସମୀକ୍ଷା ବୈଠକ .

ପରାମର୍ଶ ସମିତିର ସମୀକ୍ଷା ବୈଠକ ନୟାଗଡ,ତା -8-5-2025 (ଅଶୋକ କୁମାର ସାଥୁଆ ) ଜିଲ୍ଲାପାଳ ତଥା ଜିଲ୍ଲା ଉପଯୁକ୍ତ ପ୍ରାଧିକାରୀ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗର୍ଭ ଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଗଲା । ଏହି ବୈଠକର ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରଗୁଡ଼ିକର ମାନ୍ୟତା, କାର୍ଯ୍ୟନିଷ୍ପାଦ ଏବଂ ବ୍ୟବସ୍ଥାପନ ବିଷୟରେ ବିଶ୍ଳେଷଣ କରାଯାଇଥିଲା । ନିରୀକ୍ଷଣ ରିପୋର୍ଟ ଅନୁସାରେ ଲାଇଫ କେୟାର ଡାଇଗ୍ନୋଷ୍ଟିକ୍ ନାମରେ ଏକ ଆବେଦନକୁ ଅନୁମୋଦନ ସର୍ତ୍ତମୂଳକ ଭାବେ ଅନୁମୋଦନ କରାଯାଇଥିଲା । ସମାଜସେବୀ ଅରୁଣ କୁମାର ମହାନ୍ତିଙ୍କ ପ୍ରସ୍ତାବ ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଦିନେଶ କୁମାର ଖଟୁଆଙ୍କୁ ଅତି କମରେ ଗୋଟିଏ ଦିନ ସରକାରୀ ଡାକ୍ତରଖାନାରେ ଅଲ୍ଟ୍ରାସାଉଣ୍ଡସେବା ଯୋଗାଇ ଦେବାପାଇଁ ସୁନିଶ୍ଚିତ କରାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ପଦକ୍ଷେପ ନେବେବୋଲି ସୂଚନା ପ୍ରଦାନ କରିଥିଲେ । ପଞ୍ଜୀକୃତ ଅଲଟ୍ରାସାଉଣ୍ଡ ସେଣ୍ଟର ଅଥବା କ୍ଲିନିକଗୁଡିକରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସମ୍ପର୍କିତ ପ୍ରମାଣପତ୍ର ଓ କାର୍ଯ୍ୟଦକ୍ଷତାଗୁଡ଼ିକୁ ତହସିଲଦାରମାନଙ୍କ ନେତୃତ୍ଵରେ ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚପ୍ରକ୍ରିୟା ସଠିକ ଢଙ୍ଗରେ ଚାଲୁ ରଖିବାକୁ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଦାୟିତ୍ୱ ନେଇଥିଲେ ।ଏବଂ କଡାକଡି ଭାବେ ପାଳନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ଗୋଷ୍ଠୀ ଚିକିତ୍ସା ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷାକରୀ ପ୍ରତି ମାସରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ କିପରି ସମାନତା ସ୍ତରକୁ ଆସିବା ଏଥିପ୍ରତି ଦୃଷ୍ଠି ଦେବାକୁ ତାଗିଦ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ସୁଭାଷ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଅଚାର୍ଯ୍ୟ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ। ନୟାଗଡ ରୁ ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର .

ପରାମର୍ଶ ସମିତିର ସମୀକ୍ଷା ବୈଠକ .