କିଡିନି ଜନିତ ରୋଗୀକୁ ଭେଟିଲେ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ .
କିଡିନି ଜନିତ ରୋଗୀକୁ ଭେଟିଲେ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ .
ମାଲକାନଗିରି ଜିଲ୍ଲା 22 05 ମାଥିଲି ବ୍ଲକ ଧୁଙ୍ଗିଆପୁଟ ପଞ୍ଚାୟତ ଅନ୍ତର୍ଗତ ପାତ୍ରପୁଟ ଗ୍ରାମର ୫୫ ବର୍ଷୀୟ ଗୌରୀଚନ୍ଦ୍ର ଖୁଡୁପିଆ ଦୀର୍ଘ ଦିନ ହେବ କିଡିନି ରୋଗରେ ପୀଡିତ ହୋଇ ଏବେ ବିଶାଖାପାଟଣା ରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଏହି ଖବର ଶୁଣି ମାଥିଲି ବ୍ଲକ ଜିଲ୍ଲା ପରିଷଦ ଜୋନ-୩ର ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ ଗୌରୀଚନ୍ଦ୍ରଙ୍କ ପାତ୍ରପୁଟ ସ୍ଥିତ ବାସ ଭବନରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।ଏବଂ ସ୍ୱାସ୍ଥ୍ୟ ବୀମା କାର୍ଡ ବିଷୟରେ ପଚାରି ବୁଝିଥିଲେ।କିନ୍ତୁ ପରିବାର ଲୋକେ କହିଥିଲେ ଯେ ପାରିବାର ରେ ସ୍ୱାସ୍ଥ୍ୟ ବୀମା କାର୍ଡ ତ ଅଛି କିନ୍ତୁ ସେହି କାର୍ଡ ରେ ଗୌରୀଚନ୍ଦ୍ରଙ୍କ ନାଁ ନାହିଁ ବୋଲି ପରିବାର ଲୋକେ କହିଥିଲେ। ସୂଚନା ନେବାରୁ ଗୌରୀଚନ୍ଦ୍ର କିଛି ବର୍ଷ ପୂର୍ବରୁ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରିବା ପରେ କୌଣସି ସୁଫଳ ନହେବାରୁ ଡାକ୍ତର ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ କୁ ଅଧିକ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ତୁରନ୍ତ କୋରାପୁଟ ମେଡ଼ିକାଲ କୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ମାନେ ପରୀକ୍ଷା ନିରୀକ୍ଷା ପରେ ଜାଣିବାକୁ ପାଇଥିଲେ ଯେ ଗୌରୀଚନ୍ଦ୍ର କିଡିନି ଜନୀତ ରୋଗରେ ଆକ୍ରାନ୍ତ ଅଛନ୍ତି। ତାଙ୍କର ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ରେ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ବିଶାଖାପାଟଣାରେ ଚିକିତ୍ସା ଯିବା ପାଇଁ ବହୁ ଅର୍ଥର ଆବଶ୍ୟକ ଥିବା ବେଳେ ପରିବାର ଲୋକେ ବହୁ କଷ୍ଟେ ମଷ୍ଟେ ଅର୍ଥ ଯୋଗାଡ଼ କରି ବିଶାଖାପାଟଣା ରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ କିଡିନି ଜନୀତ ରୋଗ ଭଲ କରିବା ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ ବୋଲି ଡାକ୍ତର ମାନେ ପରାମର୍ଶ ଦେଇଥିଲେ। ତାହା ସହିତ ପରିବାର ଲୋକେ ଯାହା ଅର୍ଥ ହାତ ଉଧାରୀ ସହିତ ନିଜର ସମ୍ବଳ ହିସାବରେ ଅର୍ଥ ନେଇଥିଲେ ତାହା ମଧ୍ୟ ଶେଷ ପର୍ଯ୍ୟନ୍ତ ଚିକିତ୍ସା କରିଲେ। ବାକି ଆହୁରି ଅଧିକ ଚିକିତ୍ସା ପାଇଁ ଆହୁରି ଅର୍ଥ ଦରକାର ଶେଷରେ ଭଗବାନ ଙ୍କ ଭରଷା ରେ ଗୌରୀଚନ୍ଦ୍ର କୁ ଘରକୁ ନେଇ ଆସିଥିଲେ। ଏହି ଖବର ଶୁଣିବା ପରେ ଲକ୍ଷ୍ମୀପ୍ରିୟା ନାୟକ ଏହି ଦୁଃଖ ସମୟରେ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲେ। ଏବଂ ପରିବାର ଲୋକଙ୍କୁ ସାହସ ଦେବା ସହିତ ଏପରି ସ୍ଥିତିରେ ଭାଙ୍ଗି ନପଡିବା ପାଇଁ ପରାମର୍ଶ ଦେଇଥିଲେ। ଏବଂ କିପରି ଗୌରୀଚନ୍ଦ୍ରଙ୍କ ନାମ ବୀମା କାର୍ଡ ରେ ଯୋଡି ହେବ ନିଜେ ଚେଷ୍ଟା କରିବେ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏବଂ ଏହି କାର୍ଯ୍ୟ ଗ୍ରାମର ପ୍ରଶାନ୍ତ କୁମାର ସଗରିଆ ନାମକ ଯୁବକଙ୍କୁ ଦାୟିତ୍ୱ ଦେଇଛନ୍ତି। କିପରି ଗୌରୀଚନ୍ଦ୍ର ଙ୍କର ସ୍ୱାସ୍ଥ୍ୟ ବୀମା କାର୍ଡ ହୋଇ ପାରିବ ସେଥିପାଇଁ ସଗରିଆ ସମସ୍ତ ପ୍ରକାର କାର୍ଯ୍ୟ କରିବେ ବୋଲି ଲକ୍ଷ୍ମୀପ୍ରିୟା ପରିବାର ଲୋକଙ୍କୁ କହିଥିଲେ।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର