ପୁତ୍ର ମଧ୍ୟରେ ଉଦାହରଣ ହୋଇ ରହିଗଲା, ନାରାୟଣ ରାଓ.

ପୁତ୍ର ମଧ୍ୟରେ ଉଦାହରଣ ହୋଇ ରହିଗଲା, ନାରାୟଣ ରାଓ. ...........................................ଦିନ ଥିଲା, ଦିନେ ବାପା ପୁଅ ତୀର୍ଥ କରିବା ସକାଶେ ବାହାରିଥିଲେ. କାଶୀ ବିଶ୍ୱନାଥ ଦର୍ଶନ ସାରି, ସେଠାରୁ, ପ୍ରଭୁ ଶ୍ରୀ ରାମ ଦର୍ଶନ କରିବା ପାଇଁ ଅଯୋଧ୍ୟା ଯାଇଥିଲେ. କିନ୍ତୁ କୌଣସି କାରଣରୁ ସେଠାରେ ଯୁଦ୍ଧ ଝଗଡା ଚାଲିଥିବା ହେତୁ, ଦର୍ଶନ କରି ପାରି ନ ଥିଲେ. ଦୁଃଖରେ ଘରକୁ ଫେରି ଆସି ଆନ୍ଧ୍ରପ୍ରଦେଶ, ଶ୍ରୀକାକୁଲମ ଜିଲ୍ଲା, ଲାଭେରୁ ବ୍ଲକ ଗୋବିନ୍ଦ ପୁରମ ଗ୍ରାମ ନିବାସୀ ଶ୍ରୀ ରାମୁଲୁ,ତାଙ୍କ ପୁତ୍ର ନାରାୟଣ ରାଓଙ୍କୁ କହିଥିଲେ ଯେ,ବାପା ହିସାବରେ ମୁଁ ତୋତେ ଅଯୋଧ୍ୟା ନେଇ ମଧ୍ୟ ପ୍ରଭୁ ଶ୍ରୀ ରାମ ଦର୍ଶନ କରାଇ ପାରିଲି ନାହିଁ, କିନ୍ତୁ ତୂ ବଡ଼ ହେଲେ ମୋତେ ସାଙ୍ଗରେ ଅଯୋଧ୍ୟା ନେବୁ. ବାପାଙ୍କ ଏହି କଥାକୁ, ନିଜର କର୍ତ୍ତବ୍ୟ ମନେ କରି, ଗୋଟେ ଠେଲାରେ, ଅଯୋଧ୍ୟା ନେବାର ଦେଖିବାକୁ ମିଳିଛି. ଧନ୍ୟ ପୁତ୍ର ଜନ୍ମ. ଏପରି ପୁତ୍ର ଲକ୍ଷେରେ ଗୋଟେ ମିଳନ୍ତି. ( ବିଷମ କଟକରୁ, ଅରୁଣ ଭୀମସିଂ, ବିଶେଷ ଖବର )

ପୁତ୍ର ମଧ୍ୟରେ ଉଦାହରଣ ହୋଇ ରହିଗଲା, ନାରାୟଣ ରାଓ.