ମିନାକ୍ଷୀ ପାୱାର ପ୍ରୋଜେକ୍ଟ ତରଫରୁ ସହିଦ ଲକ୍ଷ୍ମଣ ନାୟକ ଜନ୍ମ ମାଟିରୁ କିଆଙ୍ଗ ପର୍ଯ୍ୟନ୍ତ ସାଇକେଲ ତ୍ରିରଙ୍ଗା ଶୋଭାଯାତ୍ରା।

ମିନାକ୍ଷୀ ପାୱାର ପ୍ରୋଜେକ୍ଟ ତରଫରୁ ସହିଦ ଲକ୍ଷ୍ମଣ ନାୟକ ଜନ୍ମ ମାଟିରୁ କିଆଙ୍ଗ ପର୍ଯ୍ୟନ୍ତ ସାଇକେଲ ତ୍ରିରଙ୍ଗା ଶୋଭାଯାତ୍ରା।

ମିନାକ୍ଷୀ ପାୱାର ପ୍ରୋଜେକ୍ଟ ତରଫରୁ ସହିଦ ଲକ୍ଷ୍ମଣ ନାୟକ ଜନ୍ମ ମାଟିରୁ କିଆଙ୍ଗ ପର୍ଯ୍ୟନ୍ତ ସାଇକେଲ ତ୍ରିରଙ୍ଗା ଶୋଭାଯାତ୍ରା।

ମାଥିଲି, ୦୧,୦୬ (ସମିସ) ଗତ ଅପ୍ରେଲ ୨୨ ତାରିଖ ଦିନ ଜମ୍ମୁର ପହଲଗାମ୍‌ଠାରେ ଆତଙ୍କବାଦୀଙ୍କ ବିଭତ୍ସ କାଣ୍ଡର ଜବାବ୍‌ରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଭାରତ ଆତଙ୍କବାଦୀଙ୍କ ବିରୁଦ୍ଧରେ ମଇ ୭ ତାରିଖ ଦିନ ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ ହୋଇଥିଲା।ଭାରତୀୟ ସେନା ବାହିନୀର ଅଭୂତପୂର୍ବ ସାହସ ଅଵପରାକାଷ୍ଠା ଯୋଗୁଁ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ ପାଇବା ସହ ବହୁ ଆତଙ୍କବାଦୀ ମୃତାହତ ହୋଇଥିଲେ । ଏହି ଆକ୍ରମଣରେ ବ୍ୟତି ବ୍ୟସ୍ତ ହୋଇ ମାତ୍ର ତିନି ଦିନ ପରେ ମଇ ୧୦ ତାରିଖ ଦିନ ପାକିସ୍ତାନ ତରଫରୁ  ଅସ୍ତ୍ରବିରତିର ପ୍ରସ୍ତାବ ଦେଇଥିଲା।ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ ଯୋଗୁଁ ଆଜି ଦେଶବାସୀ ଗର୍ବିତ । ଭାରତର ସାର୍ବଭୌମତ୍ୱ ଓ ଭାରତୀୟଙ୍କ ସୁରକ୍ଷା ପାଇଁ ସେନା ବାହିନୀର ଏହି ଦେଶଭକ୍ତି ଓ ବୀରତ୍ୱକୁ ସମ୍ମାନ ଜଣାଇ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲା ର ସହିଦ ଲକ୍ଷ୍ମଣ ନାୟକ ଜନ୍ମ ମାଟିରୁ ସାଇକେଲ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି କିଆଙ୍ଗ ପର୍ଯ୍ୟନ୍ତ ଶୋଭାଯାତ୍ରା ହୋଇଯାଇଛି ।ଏହି ଶୋଭାଯାତ୍ରାକୁ ମିନାକ୍ଷୀ ପାୱାର ପ୍ରୋଜେକ୍ଟ ତରଫରୁ ସାଇକେଲ ଶୋଭାଯାତ୍ରା ଆୟୋଜନ କରିଥିବା ବେଳେ ଦ୍ୱିତୀୟ ବିଏସଏଫ ବାଟାଲିଅନ କମ୍ପାନୀ କମାଣ୍ଡେଣ୍ଡ ଇଂସିପେକ୍ଟର ସଞ୍ଜୟ ଯାଦବ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଭାରତ ମାତା କି ଜୟ, ବନ୍ଦେ ମାତରମ୍‌ ଧ୍ୱନିରେ ଗଗନପବନ ପ୍ରକମ୍ପିତ ହୋଇଥିଲା । ଏହି ସାଇକେଲ ଶୋଭାଯାତ୍ରାରେ ବିଏସଏଫ ଦ୍ୱିତୀୟ ବଟାଲିଅନ କମ୍ପାନୀ କମଣ୍ଡେଣ୍ଡ ଇନ୍ସପେକ୍ଟର ସଞ୍ଜୟ ଯାଦବ, ଥ୍ରୀ ଅଫ ଇଣ୍ଡୋଷ୍ଟ୍ରିର ଚ୍ୟାରମ୍ୟାନ ସୁଶୀଲ ଗୋୟଙ୍କା , ମିନାକ୍ଷୀ ପାୱାର ପ୍ରୋଜେକ୍ଟ ର ନିର୍ଦେଶକ ବି. ଶ୍ରୀନିବାସ, ମାଥିଲି ବ୍ଲକ ପୂର୍ବତନ ଅଧ୍ୟକ୍ଷ ତ୍ରିନାଥ ଭୂମିଆ, ଶିଳ୍ପପତି ସୁବା ରାଓଙ୍କ ସମେତ ସ୍ଥାନୀୟ ବିଏସଏଫ ଯବାନ ମାନଙ୍କ ସହିତ ମିନାକ୍ଷୀ ପାୱାର ପ୍ରୋଜେକ୍ଟ ର କର୍ମଚାରୀ ଓ ବହୁ ସଂଖ୍ୟାରେ ସ୍ଥାନୀୟ ଜନତା ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ । ସକାଳ ୭ଟା ସମୟରେ ସହିଦ ଲକ୍ଷ୍ମଣ ନାୟକ ଜନ୍ମ ମାଟି ତେନ୍ତୁଳିଗୁମ୍ମାରୁ ସାଇକେଲ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି କିଆଙ୍ଗ ଶିଵ ମନ୍ଦିର ଦୀର୍ଘ ୧୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା। ମିନାକ୍ଷୀ ପାୱାର ପ୍ରୋଜେକ୍ଟ ତରଫରୁ ଏହି ସାଇକେଲ ତ୍ରିରଙ୍ଗା ଶୋଭାଯାତ୍ରାରେ ଜନ ସାଧାରଣଙ୍କ ମନରେ ଅପୂର୍ବ ଉତ୍ସାହ, ଉଦ୍ଦୀପନା ଓ ବିଜୟର ଆନନ୍ଦ ସହ ଦେଶ ପ୍ରେମର ମନୋଭାବ ଦେଖିବାକୁ ମିଳିଥିଲା