ପ୍ରେସର ଆଇଇଡି ବିସ୍ଫୋରଣ ରେ ସିଏଏଫ ଯବାନ ଶହୀଦ l

ପ୍ରେସର ଆଇଇଡି ବିସ୍ଫୋରଣ ରେ ସିଏଏଫ ଯବାନ ଶହୀଦ l ମାଲକାନଗିରି ୨୧-୦୪ ୨୦୨୫(ଶିବପ୍ରସାଦପରିଛା ବିଶେଷ ଖବର)ସଡ଼କ ନିର୍ମାଣ କାର୍ଯ୍ୟକୁ ସୁରକ୍ଷା ଦେଉଥିବା ବେଳେ ମାଓବାଦୀ ଖଞ୍ଜି ଥିବା ପ୍ରେସର ଆଇଇଡିର ଶିକାର ହେଲେ ଯବାନ l ସୂଚନା ଅନୁଯାଇ ଛତିଶଗଡ ର ବିଜାପୁର ଜିଲ୍ଲା ତୋୟାନର ଥାନା ଅନ୍ତର୍ଗତ ଫରସେଗଡ଼ ଅଞ୍ଚଳରେ ମାଓବାଦୀ ଖଞ୍ଜି ଥିବା ପ୍ରେସର ଆଇଇଡିରେ ଗୋଡ଼ ପଡ଼ିଯିବା ଫଳରେ ବିସ୍ଫୋରଣ ହୋଇ ଘଟଣା ସ୍ଥରଳରେ ଜଣେ ସି.ଏ.ଏଫ ଯବାନ ଶହୀଦ ହୋଇଛନ୍ତି l ଯବାନ ଜଣଙ୍କ ସି.ଏ.ଏଫ 19/ସି ବାଟାଲିୟନର ମନୋଜ ପୂଜାରୀ (26)ବର୍ଷ l ବିଜାପୁର ଜିଲ୍ଲାର ତୋୟାନର ଥାନା ଅଞ୍ଚଳଟି ମାଓ ପ୍ରଭାବିତ ହୋଇଥିବାରୁ ଏଠାରେ ସଡ଼କ ନିର୍ମାଣ କାର୍ଯ୍ୟରେ ସୁରକ୍ଷା ପାଇଁ ସିଏଏଫ ଯବାନମାନେ ପହରା ଦେଉଥିବା ବେଳେ ସୁରକ୍ଷାକର୍ମୀ ଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ମାଓବାଦୀମାନେ ଏଠାରେ ପ୍ରେସ ଆଇଇଡି ଖଞ୍ଜି ଥିଲେ ଏହି ପ୍ରେସ ଆଇଇଡି ସ୍ପର୍ଶରେ ଯବାନ ଜଣଙ୍କ ଆସିବାମାତ୍ରେ ବିସ୍ଫୋରଣ ହୋଇ ଯବାନ ଜଣଙ୍କ ଘଟଣାସ୍ଥଳରେ ଶହୀଦ ହୋଇଥିବା ବିଜାପୁର ପୁଲିସ ପକ୍ଷରୁ କୁହାଯାଇଛି ତା ସହ ସୁରକ୍ଷାକର୍ମୀ ଦ୍ୱାରା ନିକଟବର୍ତ୍ତୀ ଜଙ୍ଗଲ ଏବଂ ଆଖପାଖ ଗାଁ ଲୋକଙ୍କୁ ପଚାରାଉଚାରା କରିବା ସହ ତଲାସି ଜାରି ରହିଥିବା ଜଣାପଡିଛି ମାଲକାନଗିରି ଜିଲ୍ଲା ରୁ ଶିବପ୍ରସାଦ ପରିଛା ଙ୍କ ରିପୋର୍ଟ ବିଶେଷ ଖବର

ପ୍ରେସର ଆଇଇଡି ବିସ୍ଫୋରଣ ରେ ସିଏଏଫ ଯବାନ ଶହୀଦ l