ବାରମ୍ବାର ବିଦ୍ୟୁତ ବିଭ୍ରାଟ କୁ ନେଇ ଶତାଧିକ ଗ୍ରାହକ ପକ୍ଷରୁ କାଶୀପୁର କାର୍ଯ୍ୟାଳୟ ଘେରାଉ l

ବାରମ୍ବାର ବିଦ୍ୟୁତ ବିଭ୍ରାଟ କୁ ନେଇ ଶତାଧିକ ଗ୍ରାହକ ପକ୍ଷରୁ କାଶୀପୁର କାର୍ଯ୍ୟାଳୟ ଘେରାଉ l

ବାରମ୍ବାର ବିଦ୍ୟୁତ ବିଭ୍ରାଟ କୁ ନେଇ ଶତାଧିକ ଗ୍ରାହକ ପକ୍ଷରୁ କାଶୀପୁର କାର୍ଯ୍ୟାଳୟ ଘେରାଉ l କାଶୀପୁର, 6/7 ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ମୁନୁଷ ଗାଁ ଗ୍ରାମପଞ୍ଚାୟତ ର 6 ଖଣ୍ଡ ଗ୍ରାମର ଶତାଧିକ ଉପଭୋକ୍ତା ଆଜି ଦୀର୍ଘ ଦିନର ବିଦ୍ୟୁତ ବିଭାଗ ଦ୍ୱାରା ହେଉଥିବା ତ୍ରୁଟି ଓ ଅବହେଳିତ ପ୍ରଦର୍ଶନ କୁ ନେଇ ଆଜି କାଶୀପୁର ସ୍ଥିତ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା l ଚଳିତ ଦିନ ଗ୍ରାମାଞ୍ଚଳ ରେ ଲୋକେ 90% ବିଦ୍ୟୁତ ଉପରେ ନିର୍ଭର କରି ଚାଲୁଥିବା ବେଳେ ଉକ୍ତ ବିଭାଗ ର ମନମାନି ଖବର ସମଗ୍ର ରାଜ୍ୟ ରେ ଚର୍ଚ୍ଚା ହେଇ ଆସୁଥିବା ଖବର କୁ ପ୍ରାୟ ଗଣମାଧ୍ୟମ ପକ୍ଷରୁ ଖବର ପ୍ରକାଶିତ ହେଉଥିବା ଦେଖିବାକୁ ମିଳୁଛି l ବର୍ତମାନ ଉକ୍ତ ସମସ୍ୟା ବହୁମାତ୍ରାରେ କାଶୀପୁର ବ୍ଲକ ଅନ୍ତର୍ଗତ କାତିଖାମାନ, କୁକୁଡାଗାଡ଼, ଜାମୁଗୁଡା, ରାମଗିରି, ସିଙ୍ଗରଖଡ଼କ ଓ ଭାଟିପାସ ପ୍ରମୁଖ ଗାଁ ମାନଙ୍କ ରେ ଦେଖା ଦେଇଛି l ହେଲେ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ କୌଣସି ସମସ୍ୟା ର ସମାଧାନ ହେଇପାରୁନାହିଁ l ଏ ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଉକ୍ତ ବିଭାଗ ସମେତ ବ୍ଲକ ପ୍ରଶାସନ ଏପରିକି ପୋଲିସ ପ୍ରଶାସନ ଙ୍କୁ ମଧ୍ୟ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ l ବିନା ବିଦ୍ୟୁତ ରେ ସାଧାରଣ ଦୈନନ୍ଦିନ ଜୀବନ ଅତିବାହିତ ଆଜିଦିନ ରେ କଷ୍ଟକର ହେଉଥିବା ବେଳେ ଛାତ୍ର ଛାତ୍ରୀ ପାଠପଢା, ପାନୀୟ ଯୋଗାଣ, ଭଳି ଅନ୍ୟ ଗୁରୁତ୍ୱ କାର୍ଯ୍ୟ ମାନଙ୍କରେ ବ୍ୟାଘାତ ଘଟୁଛି l ହେଲେ ଆଜି ଉକ୍ତ ସମସ୍ୟା ନେଇ ବିଭାଗ ର କାଶୀପୁର କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟ ସମୁଖ ରେ ଅଂଚଳରେ ଶତାଧିକ ଗ୍ରାହକ ଉପସ୍ଥିତ ହେଇ ବିକ୍ଷୋଭ ପ୍ରଦର୍ଶନ କରି ପରବର୍ତୀ ସମୟ ରେ ତୁରନ୍ତ ଏହାର ସମାଧାନ ରେ ପ୍ରଶାସନ ହସ୍ତକ୍ଷେପ ନ କରିଲେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତା ରେ ବିକ୍ଷୋଭ କରିବେ ବୋଲି ଏକ ଦାବି ପତ୍ର କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା l ଆଜି ଉକ୍ତ ବିଖ୍ୟାଭ ରେ ମୁନୁଷ ଗାଁ ର ପୂର୍ବତନ ସରପଞ୍ଚ ଜଗେନ୍ଦ୍ର ନାଏକ, ସୁଦର ନାଏକ, ଶ୍ୟାମ ମାଝୀ, ଫଗୁଣ ମାଝୀ, ଜିତେନ୍ଦ୍ର ନାଏକ, ଦୁଷ୍ମନ୍ତ ନାଏକ, ବିଭୀଷଣ ନାଏକ, ନିରଞ୍ଜନ ଗୌଡ଼, ଦିଲୀପ ନାଏକ, ଜବ୍ରା ମାଝୀ, ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ l ରାୟଗଡା କାଶୀପୁର ରୁ, ସୁରେଶ ଚନ୍ଦ୍ର କୁମ୍ଭାର, ସହ ଲଷ୍ମୀକାତା ବେହେରା ଙ୍କ ରିପୋର୍ଟ ବିଶେଷ ଖବର