ବିଜେପି ପ୍ରତିଷ୍ଠା ଦିବସ ପାଳିତ.

ବିଜେପି ପ୍ରତିଷ୍ଠା ଦିବସ ପାଳିତ.

ବିଜେପି ପ୍ରତିଷ୍ଠା ଦିବସ ପାଳିତ(ଫଟୋ) ବୌଦ୍ଧ ଜିଲ୍ଲା ଭାରତୀୟ ଜନତାପାର୍ଟି ପକ୍ଷରୁ ଆଜି ସ୍ଥାନିୟ ଟାଉନହଲ ଠାରେ ବିଜେପି ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କାମାଳ ବିଧାୟକ କହ୍ନାଁଇ ଚରଣ ଡାଙ୍ଗ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ ଯୋଗଦେଇ ଦଳକୁ ତୃଣମୂଳସ୍ତରରୁ ଆହୁରି ସଂଗଠିତ କରିବା ସହିତ ସରକାରଙ୍କ ଜନକଲ୍ୟଣା ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଂଚାଇବାକୁ ଦଳିୟ କର୍ମୀ ଓ ନେତାଙ୍କୁ ଆହ୍ୱାନ କରିଥିଲେ । ଏହି ଅବସରରେ ସ୍ଥାନିୟ ରାମଲୀଳା ପଡିଆ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମ କରି ଟାଉନହଲ ଠାରେ ପହଂଚିଥିଲା । ଏହି ଶୋଭାଯାତ୍ରାରେ ଦଳର ନେତା ଓ କର୍ମୀମାନେ ଯୋଗଦେଇଥିଲେ ।